ମାତ୍ର ୧୧ ବର୍ଷ ବୟସରେ କୋଟିପତି ହେଲେ ମହେଶ ବାବୁଙ୍କ ଝିଅ

ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ୧୧ ବର୍ଷିୟା ସିତାରା ଛୋଟ ବେଳୁ ଏତେ ବଡ଼ କାମ କରିଛନ୍ତି, ଯାହା ପ୍ରସିଦ୍ଧ ତାରକାଙ୍କ ପିଲାମାନେ ମଧ୍ୟ କରିପାରି ନାହାନ୍ତି। ସୀତାରା ଏକ ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ଏବଂ ଜୁଲାଇ ୪ରେ, ତାଙ୍କର ଏକ ବିଜ୍ଞାପନ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଥିଲା।
ଝିଅକୁ ଗର୍ବିତ ମହେଶ ବାବୁ ଏବଂ ନମ୍ରତା ଶିରୋଦକର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ଫଟୋ ଶେୟାର କରି ସୀତାରାଙ୍କ ପାଇଁ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ନୋଟ ମଧ୍ୟ ଲେଖିଥିଲେ। ଟାଇମ୍ସ ସ୍କୋୟାରରେ ଦେଖାଯାଇଥିବା ବିଜ୍ଞାପନ ପାଇଁ ସୀତାର ପ୍ରଚୁର ପରିମାଣର ଚାର୍ଜ କରିଛନ୍ତି। ଏହି ବିଜ୍ଞାପନ ପାଇଁ ସେ ଏକ କୋଟି ଟଙ୍କା ନେଇଛନ୍ତି।
ସୋସିଆଲ ମିଡିଆରେ ସୀତାରା ମଧ୍ୟ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡ୍ସଙ୍କ ମଧ୍ୟରୁ ଅନ୍ୟତମ। ଇନଷ୍ଟାଗ୍ରାମରେ ସୀତାରା ବହୁତ ସକ୍ରିୟ। ତାଙ୍କର ୧.୩ ନିୟୁତ ଫଲୋଅର୍ସ ଅଛନ୍ତି। ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ ସେ ନିୟମିତ ଭାବରେ ଡ୍ୟାନ୍ସ ରିଲ ଏବଂ ଫଟୋ ଶେୟାର କରନ୍ତି। ମଡେଲିଂରେ ସୀତାରା ମଧ୍ୟ ବହୁତ ସକ୍ରିୟ। ଏହା ସହିତ ସେ ଅଧ୍ୟୟନ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।

Share