ଆଲିଆଙ୍କୁ ବିବାହ ଦେବାକୁ ଚାହାନ୍ତିନି ବାପା ମହେଶ, ବାଥରୁମରେ ବନ୍ଦ କରିଦେବାକୁ ଦେଲେ ଧମକ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ। କିଛିଦିନ ପୂର୍ବରୁ ଆଲିଆ-ରଣବୀରଙ୍କ ବିବାହ ଖବର ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ମାତ୍ର ଆଲିଆଙ୍କ ବାପା ମହେଶ ଭଟ୍ଟ ତାଙ୍କୁ ବିବାହ ଦେବାକୁ ଚାହୁଁନାହାଁନ୍ତି। ମହେଶ ଆଲିଆଙ୍କୁ ବହୁତ ଭଲପାଆନ୍ତି। ଏଣୁ ସେ ସବୁବେଳେ ଆଲିଆଙ୍କୁ ତାଙ୍କ ଆଖି ଆଗରେ ଦେଖିବାକୁ ଚାହାନ୍ତି।
ମହେଶ ତାଙ୍କର ଦୁଇ ଝିଅଙ୍କୁ ନେଇ ବହୁତ ଯତ୍ନବାନ। ପୂଜା ତ ଦୂରର କଥା ସେ ଆଲିଆଙ୍କୁ ବିଭା ଦେବାକୁ ଚାହାନ୍ତି ନାହିଁ। ଏପରିହେଲେ ସେ ଶାହିନ ଏବଂ ଆଲିଆଙ୍କୁ ବାଥରୁମରେ ବନ୍ଦ କରିଦେବେ । ମାତ୍ର ସେମାନଙ୍କୁ ଆଖିରୁ ଦୂରେଇବାକୁ ଦେବେ ନାହିଁ ବୋଲି କହିଥିଲେ। ଏପରିକି ତୁମେ କୌଣସି ସ୍ଥାନକୁ ଯାଇପାରିବ ନାହିଁ। ମୁଁ ତୁମ ସମସ୍ତଙ୍କୁ କୋଠରୀରେ ବନ୍ଦ କରିଦେବି ବୋଲି ମଧ୍ୟ କହିଥାନ୍ତି। ମୋଟାମୋଟି ଦେଖିବାକୁ ଗଲେ ସେ ଆମ ଦୁହିଁଙ୍କ ବିବାହ ଦେଖିବାକୁ ଚାହାନ୍ତି ନାହିଁ। ସେ ପ୍ରକୃତରେ ତାହା ମଧ୍ୟ କରିବେ ବୋଲି ଅଭିନେତ୍ରୀ କହିଛନ୍ତି।

Share