ଶାହାରୁଖଙ୍କୁ ପ୍ରଶଂସା କଲେ ମହେଶ ଭଟ୍ଟ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ୍‌ଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଯବାନ’ ରିଲିଜ ହେବା ପରେ ବେଶ୍‌ ପ୍ରଶଂସା ସାଉଁଟିବାରେ ଲାଗିଛି। ସମସ୍ତେ ଏହି ଫିଲ୍ମ ଏବଂ ଏହାର ଚରିତ୍ରକୁ ପ୍ରଶଂସା କରୁଛନ୍ତି। କେବଳ ସାଧାରଣ ଦର୍ଶକ ନୁହନ୍ତି, ବଲିଉଡ୍‌ ଜଗତର ଷ୍ଟାରମାନେ ମଧ୍ୟ ଶାହାରୁଖ ଏବଂ ତାଙ୍କ ଫିଲ୍ମକୁ ପ୍ରଶଂସା କରୁଛନ୍ତି। ବର୍ତ୍ତମାନ ମହେଶ ଭଟ୍ଟ ଏହି ଫିଲ୍ମକୁ ପ୍ରଶଂସା କରିବା ସହ ସେ ଶାହାରୁଖଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ତାରାମାନେ ଆଲୋକ ପ୍ରଦାନ କରନ୍ତି ନାହିଁ କାରଣ ସେମାନେ ଦେଖିବାକୁ ଚାହାନ୍ତି। ସେମାନେ ତାରା ହୋଇଥିବାରୁ ସେମାନେ ଉଜ୍ଜ୍ୱଳ ହୁଅନ୍ତ। ଜଣେ ସୁପରଷ୍ଟାର ହେଉଛନ୍ତି ଯିଏ ନିଜ ଆଲୋକକୁ ବିଶ୍ୱକୁ ଆଲୋକିତ କରିବା ପାଇଁ ବ୍ୟବହାର କରନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥାନ୍ତି। ଶାହାରୁଖ ଏହାର ଏକ ଜୀବନ୍ତ ପ୍ରତୀକ।

ଫିଲ୍ମ ‘ଯବାନ’ ଏପର୍ଯ୍ୟନ୍ତ ୨୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଶାହରୁଖ ଖାନ୍‌ ଏବଂ ନୟନତାରାଙ୍କ ଅଭିନୀତ ଏହି ଫିଲ୍ମ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଅନ୍ୟତମ। ‘ଯବାନ’ ଏହାର ଉଦ୍‌ଘାଟନୀ ଦିନରେ ହିଁ ସର୍ବାଧିକ ଆୟ କରିବାର ରେକର୍ଡ ଭାଙ୍ଗିଛି।

Share