ଝିଅକୁ ନେଇ ଏଭଳି କହିଲେ ମହେଶ ଭଟ୍ଟ

ମୁମ୍ବାଇ: ବଲିଉଡ୍‌ର ନାମୀ-ଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମ‘ଷ୍ଟୁଡେଣ୍ଟ୍‌ ଅଫ ଦି ଇୟର’ ମାଧ୍ୟମରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଆଲିଆ। ଖୁବ୍‌ କମ୍‌ ସମୟରେ ନିଜ ଅଭିନୟରେ ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଆଲିଆଙ୍କ ପିତା ମହେଶ ଭଟ୍ଟ ଆଲିଆଙ୍କ ପ୍ରଶଂସା କରିଥିଲେ । ଆଲିଆ ଦୁଇ ବର୍ଷରେ ଯେତିକି ରୋଜଗାର କରିଛନ୍ତି, ତାହା ତାଙ୍କୁ ରୋଜଗାର କରିବା ପାଇଁ ୫୦ ବର୍ଷ ଲାଗିଗଲା ।
କେବଳ ଏତିକି ନୁହେଁ, ସେ ଏକଥା ମଧ୍ୟ କହିଛନ୍ତି ଯେ, ଆଲିଆ ତାଙ୍କ ମାତା-ପିତାଙ୍କ ପରି ବିଲକୁଲ ନୁହଁନ୍ତି। ଆଲିଆ ସବୁବେଳେ କାମକୁ ଫୋକସ କରିଥାନ୍ତି। ସେ ଏ କଥା ବି କହିଛନ୍ତି ଯେ,ଦୁନିଆରେ ଲୋକେ ତୁମକୁ ଜଜ୍‌ କରିବେ। ଭଲ କାମ କରିବାକୁ ହେଲେ ଆପଣଙ୍କ ଭିତରେ ଅଧିକ ବିଶ୍ୱାସ ରହିବା ଜରୁରୀ।

 

Share