ଦର୍ଶକଙ୍କ ଆକ୍ରୋଶର ଶିକାର ହେଲା ‘ସଡକ୍‌-୨’ ଟ୍ରେଲର୍‌: ନାପସନ୍ଦ ଭିଡିଓରେ କଲା ରେକର୍ଡ

ବମ୍ବେ: ରିଲିଜ ହୋଇଛି ମହେଶ ଭଟ୍ଟ ନିର୍ଦ୍ଦେଶିତ ଫିଲ୍ମ ‘ସଡକ୍‌-୨’ର ଟ୍ରେଲର୍‌। ୟୁଟ୍ୟୁବ୍‌ରେ ପାଞ୍ଚ ଘଣ୍ଟାରେ ଟ୍ରେଲରକୁ ୮୭ହଜାର ଲୋକ ପସନ୍ଦ କରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ନାପସନ୍ଦ କରିଛନ୍ତି। ଫଳରେ ଫିଲ୍ମଟି ନେପୋଟିଜିମ୍‌ ଏବଂ ସୁଶାନ୍ତଙ୍କ ମୃତ୍ୟୁ ଯୋଗୁ ଅସୁବିଧାରେ ଫସିଛି ବୋଲି କୁହାଯାଉଛି। ଏପରିକି ବୟକଟ୍‌ ସଡକ୍‌-୨ ନାମରେ ଟୁଇଟ୍‌ରରେ ଟ୍ରେଣ୍ଡ କରୁଛି।

ବୁଧବାର ଅପରାହ୍ନରେ ଏହି ଟ୍ରେଲର ରିଲିଜ ହୋଇଥିଲା। ଏହାପରେ ଟୁଇଟର୍‌ରେ #BoycottSadak2 ହାସ୍‌ଟ୍ୟାଗ୍‌ ଟ୍ରେଣ୍ଡ କରିଥିଲା। ୟୁଟ୍ୟୁବ୍‌ରେ ବ୍ୟବହାରକାରୀ ୧ ଲକ୍ଷରୁ ଅଧିକ କମେଣ୍ଟ ଦେଇ ଫିଲ୍ମ ବିଷୟରେ କଟାକ୍ଷ କରିଛନ୍ତି। କେହି କେହି ଟ୍ରେଲରକୁ ନାପସନ୍ଦ କରିବାକୁ ଆସିଥିବା କହିଥିବା ବେଳେ ଅନ୍ୟମାନେ ଏହା ସବୁଠାରୁ ଅଧିକ ନାପସନ୍ଦ କରାଯାଇଥିବା ଟ୍ରେଲର ପାଲଟିଥିବା କହୁଛନ୍ତି।

କହିରଖୁଛୁ, ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଲୋକମାନେ ମହେଶ ଭଟ୍ଟଙ୍କୁ କଟାକ୍ଷ କରୁଛନ୍ତି। ରିୟାଙ୍କ ସହ ମହେଶଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି। ଏଣୁ ସଡକ-୨ର ବହିଷ୍କାର କରାଯାଉ ବୋଲି ସୋସିଆଲ ମିଡିଆରେ ସ୍ବର ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବାପା ହେବେ କି ରଣବୀର: ଦେଲେ ସଙ୍କେତ

ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ...

ଅମିତାଭଙ୍କ ଉତ୍ତରାଧିକାରୀ ହେବେ ନାହିଁ ଅଭିଷେକ? ଚମକାଇ ଦେଇଛି ବିଗ ବିଙ୍କ ଲାଟେଷ୍ଟ ପୋଷ୍ଟ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ ବଲିଉଡର ଶେହନଶାହା କୁହାଯାଏ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହାକୁ କେବେ ଭୁଲି ହେବ ନାହିଁ। ତଥାପି,...

ଓକିଲ କଲେ ନିଶ୍ଚିତ: ଆନୁଷ୍ଠାନିକ ଭାବେ ଅଲଗା ହେଲେ ୟୁଜଭେନ୍ଦ୍ର ଚହଲ-ଧନଶ୍ରୀ ବର୍ମା

ମୁମ୍ବାଇ,୨୦ା୩: ସେଲିବ୍ରିଟି ଦମ୍ପତି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ରିପୋର୍ଟ ଗତ କିଛି ମାସ ଧରି ଖବରରେ ରହିଛି। ଗୁରୁବାର, ମୁମ୍ବାଇର ବାନ୍ଦ୍ରା...

ବେଆଇନ ବେଟିଂ ଆପ୍‌ ପ୍ରଚାର କରିବା ଅଭିଯୋଗ: ୨୫ ସେଲିବ୍ରେଟିଙ୍କ ନାଁରେ ମାମଲା

ହାଇଦ୍ରାବାଦ, ୨୦।୩: ତେଲେଙ୍ଗାନା ପୋଲିସ ଅବୈଧ ବେଟିଂ ଆପ୍‌କୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ରାଣା ଦଗ୍ଗୁବାତି, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ନିଧି ଅଗ୍ରୱାଲଙ୍କ...

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ...

‘ସିକନ୍ଦର ନାଚେ’ରେ ସଲମାନଙ୍କ ଡବ୍‌କେ ଡ୍ୟାନ୍ସ

ମୁମ୍ବାଇ: ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’ର ଆଉ ଏକ ଗୀତ ‘ସିକନ୍ଦର ନାଚେ’କୁ ମଙ୍ଗଳବାର ରିଲିଜ୍‌ କରାଯାଇଛି। ସୋମବାର ଏହାର ଟିଜରକୁ ଜାରି...

ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବା ପୂର୍ବରୁ ନିଜଠାରୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଅଭିଷେକ! ବଡ଼ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତାଙ୍କ ନାମ ପ୍ରାୟତଃ କୌଣସି ନା କୌଣସି ଅଭିନେତ୍ରୀଙ୍କ ସହ ଯୋଡା ଯାଇଥାଏ। ଅଭିଷେକ ବଚ୍ଚନଙ୍କ ନାମ ଅନେକ ସୁନ୍ଦରୀଙ୍କ ସହ ମଧ୍ୟ...

ପୁଣି ବଡ଼ ପରଦାରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ବଡ଼ ପରଦାରେ ପୁଣିଥରେ ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image