Advertisement

ଦର୍ଶକଙ୍କ ଆକ୍ରୋଶର ଶିକାର ହେଲା ‘ସଡକ୍‌-୨’ ଟ୍ରେଲର୍‌: ନାପସନ୍ଦ ଭିଡିଓରେ କଲା ରେକର୍ଡ

ବମ୍ବେ: ରିଲିଜ ହୋଇଛି ମହେଶ ଭଟ୍ଟ ନିର୍ଦ୍ଦେଶିତ ଫିଲ୍ମ ‘ସଡକ୍‌-୨’ର ଟ୍ରେଲର୍‌। ୟୁଟ୍ୟୁବ୍‌ରେ ପାଞ୍ଚ ଘଣ୍ଟାରେ ଟ୍ରେଲରକୁ ୮୭ହଜାର ଲୋକ ପସନ୍ଦ କରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ନାପସନ୍ଦ କରିଛନ୍ତି। ଫଳରେ ଫିଲ୍ମଟି ନେପୋଟିଜିମ୍‌ ଏବଂ ସୁଶାନ୍ତଙ୍କ ମୃତ୍ୟୁ ଯୋଗୁ ଅସୁବିଧାରେ ଫସିଛି ବୋଲି କୁହାଯାଉଛି। ଏପରିକି ବୟକଟ୍‌ ସଡକ୍‌-୨ ନାମରେ ଟୁଇଟ୍‌ରରେ ଟ୍ରେଣ୍ଡ କରୁଛି।

ବୁଧବାର ଅପରାହ୍ନରେ ଏହି ଟ୍ରେଲର ରିଲିଜ ହୋଇଥିଲା। ଏହାପରେ ଟୁଇଟର୍‌ରେ #BoycottSadak2 ହାସ୍‌ଟ୍ୟାଗ୍‌ ଟ୍ରେଣ୍ଡ କରିଥିଲା। ୟୁଟ୍ୟୁବ୍‌ରେ ବ୍ୟବହାରକାରୀ ୧ ଲକ୍ଷରୁ ଅଧିକ କମେଣ୍ଟ ଦେଇ ଫିଲ୍ମ ବିଷୟରେ କଟାକ୍ଷ କରିଛନ୍ତି। କେହି କେହି ଟ୍ରେଲରକୁ ନାପସନ୍ଦ କରିବାକୁ ଆସିଥିବା କହିଥିବା ବେଳେ ଅନ୍ୟମାନେ ଏହା ସବୁଠାରୁ ଅଧିକ ନାପସନ୍ଦ କରାଯାଇଥିବା ଟ୍ରେଲର ପାଲଟିଥିବା କହୁଛନ୍ତି।

କହିରଖୁଛୁ, ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଲୋକମାନେ ମହେଶ ଭଟ୍ଟଙ୍କୁ କଟାକ୍ଷ କରୁଛନ୍ତି। ରିୟାଙ୍କ ସହ ମହେଶଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି। ଏଣୁ ସଡକ-୨ର ବହିଷ୍କାର କରାଯାଉ ବୋଲି ସୋସିଆଲ ମିଡିଆରେ ସ୍ବର ଉଠୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share