ଆଲିଆଙ୍କ ବଡ଼ ଫ୍ୟାନ୍‌ ମହେଶ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍‌ କାହାଣୀ’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ବୁଧବାର ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ମୁମ୍ବାଇରେ ହୋଇଥିଲା। ସେଠାରେ ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ। ଏଥିସହ ଆଲିଆଙ୍କ ଚଳଚ୍ଚିତ୍ର ଦେଖିବାକୁ ବାପା ମହେଶ ଭଟ୍ଟ ଏବଂ ମା’ ସୋନି ରାଜଦାନ ଉପସ୍ଥିତ ଥିଲେ। ଆଲିଆଙ୍କ ମୁଭି ଦେଖି ମହେଶ ଭଟ୍ଟ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ତାଙ୍କୁ ପଚରା ଯାଇଥିବା ଅନ୍ୟ ପ୍ରଶ୍ନକୁ ଏଡାଇ ଦେଇ ସେ କେବଳ ଆଲିଆଙ୍କ ବଡ଼ ଫ୍ୟାନ୍‌ ବୋଲି କହିଥିଲେ। ତେବେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଲିଆଙ୍କ ସହ ରଣବୀର ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୧୭୮ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ଜୁଲାଇ ୨୮ରେ ରିଲିଜ୍‌ ହେବାର ଯୋଜନା ରହିଛି। ମୁଭିରେ ଆଲିଆ, ରଣବୀରଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଅଞ୍ଜଳି ଆନନ୍ଦ, ପ୍ରୀତି ଜିଣ୍ଟା, ଜୟା ବଚ୍ଚନ, ସବାନା ଆଜ୍‌ମୀ, ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ତେବେ ଆଲିଆ ୧୯୯୯ରେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ମଧ୍ୟରେ ସେ ତାଙ୍କ ପ୍ରଶଂସକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଆଗକୁ ତାଙ୍କ ହାତରେ ଆଉ ଏକ ଫିଲ୍ମ ରହିଛି। ଏଥିସହ ତାଙ୍କୁ କେତେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି।

Share