ଲକ୍ଷ୍ନୌ,୨୦।୪: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟ ସଭା ଏମପି ଓ ବରିଷ୍ଠ ଆଡଭୋକେଟ ମହେଶ ଜେଠମାଲାନି ମାଫିଆ ଅତିକ ଅହମଦଙ୍କୁ ନେଇ ପ୍ରାୟ ସମସ୍ତ ରାଜନୈତିକ ଦଳକୁ ଟାର୍ଗେଟ କରିଛନ୍ତି। ସେ ଅତିକଙ୍କ ଭଳି ଅପରାଧିଙ୍କୁ ସୁରକ୍ଷା ଦିଆଯାଉଥିବା ଦାବି କରି ସମାଜବାଦୀ ପାର୍ଟି(ସପା) ଓ ବହୁଜନ ସମାଜ ପାର୍ଟି(ବସପା)ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ସମୟରେ ସେ ମୁମ୍ବାଇରେ ଦାଉଦ ସାମ୍ରାଜ୍ୟ ଓ ରାଷ୍ଟ୍ରବାଦୀ ପାର୍ଟି ସହ ସମ୍ପର୍କ କଥା ଉଠାଇଛନ୍ତି।
ଜେଠମାଲାନି କହିଛନ୍ତି ଅତିକ ଅହମଦଙ୍କ ଭଳି ମାଫିଆ ଡନ ଲଗାତାର ଅପରାଧିକ ମାମଲା କରୁଥିଲେ ବି ସେମାନେ ଭଲରେ ଅଛନ୍ତି। କାରଣ ସେମାନେ ରାଜନୈତିକ ଦଳଙ୍କୁ ଟଙ୍କା ଦେଉଛନ୍ତି ଓ ଏହା ବଦଳରେ ସେମାନଙ୍କୁ ସୁରକ୍ଷା ମିଳୁଛି। ଅତିକ ୨୦୦୪-୨୦୧୮ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟିର ସଦସ୍ୟ ଥିଲେ। ୨୦୦୮ରେ ଗିରଫ ହେବା ପରେ ଯେତେବେଳେ ମାୟାବତୀ ମୁଖ୍ୟମନ୍ତ୍ରୀ ଥିଲେ୨୦୧୨ରେ ସପା ଶାସନ କ୍ଷମତାକୁ ଆସିବା ପରେ ତାଙ୍କୁ ଜାମିନ ମିଳିଗଲା। ଯେତେବେଳେ କି ତାଙ୍କ ଅପରାଧିକ ସାମ୍ରାଜ୍ୟ ସବୁଠାରୁ ଉପରେ ଥିଲା।