ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମହେଶ

ମୁମ୍ବାଇ,୨୩।୮: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍ସରରେ(କର୍କଟ ରୋଗ) ଆକ୍ରାନ୍ତ । କିଛି ଦିନ ତଳେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପ୍ରଚାର ହୋଇଥିଲା। ଅସ୍ତ୍ରୋପ୍ରଚାର ସଫଳ ହେବା ପରେ ସେ ସୁସ୍ଥ ଅଛନ୍ତି। ହସ୍ପିଟାଲରୁ ଡିସାଚାର୍ଜ ହୋଇ ଆଜି ଘରକୁ ଫେରିଛନ୍ତି। ତେବେ ସେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଏଥିରୁ ସେ ମୁକ୍ତି ପାଇବେ ବୋଲି ଆଶା ରଖିଛନ୍ତି। ଏବେ ସେ ଫିଲ୍ମ ଅନ୍ତିମ ଦ’ ଫାଇନାଲ ଟ୍ରୁଥରେ କାମ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ମହେଶ ଜଣେ ମଦୁଆ ଭୂମିକାରେ ଅଭିନୟ କରୁଛନ୍ତି।

Share