କାର୍‌ ଦୁର୍ଘଟଣା ପରେ ଚାପୁଡ଼ା ମାରି ଫସିଲେ ଏହି ଅଭିନେତା

ବମ୍ବେ: ଅଡ଼ୁଆରେ ଫିଲ୍ମ ନିର୍ମାତା ତଥା ଅଭିନେତା ମହେଶ ମାଞ୍ଜରେକର। ଜଣେ ବ୍ୟକ୍ତି ତାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରରେ ମହେଶଙ୍କ ଗାଡ଼ିକୁ ତାଙ୍କ କାର୍‌ ଧକ୍କା ଦେଇଥିଲା। ଏହାକୁ ନେଇ ମହେଶ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳି ଦେଇଥିଲେ। ଶେଷରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଶୁକ୍ରବାର ରାତିରେ ପୁଣେ-ସୋଲାପୁର ରାଜ୍ୟ ରାଜପଥର ଯାବତ ଗାଁ ନିକଟରେ ଘଟଣାଟି ଘଟିଛି। ହଠାତ ବ୍ରେକ୍‌ ଲଗାଇବା କାରଣରୁ ଉକ୍ତ ବ୍ୟକ୍ତିଙ୍କ କାର୍‌ଟି ମହେଶଙ୍କ ଗାଡ଼ି ପଛକୁ ଧକ୍କା ଦେଇଥିଲା। ଏହାପରେ ସେ କାର୍‌ରୁ ବାହାରି ଆସି ଝଗଡ଼ା କରିଥିଲେ। ପରେ ସେ ଚାପୁଡ଼ା ମଧ୍ୟ ମାରିଥିଲେ। ଏଭଳି ବ୍ୟବହାରକୁ ବରଦାସ୍ତ କରିବେ ନାହିଁ ବୋଲି ବ୍ୟକ୍ତିଜଣଙ୍କ କହିଛନ୍ତି।
ପୂର୍ବରୁ ଅଗଷ୍ଟରେ ମହେଶ ଅନ୍ୟ ଏକ ପୋଲିସ କେସ୍‌କୁ ନେଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କୁ ଫୋନ୍‌ରେ କେହି ଧମକ ଦେବା ସହ ୩୫ କୋଟି ଟଙ୍କା ମାଗିଥିଲେ। ଏହାକୁ ନେଇ ସେ ଅଭିଯୋଗ କରିଥିଲେ।

Share