Categories: ଖେଳ

‘ମନ୍ଦିରରେ ବିରାଜିବେ ମାହି…,’ ଧୋନିଙ୍କୁ ଭଗବାନ କରିଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୩।୫: ଆଇପିଏଲ ୨୦୨୪ ର ୬୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସର ସମ୍ମୁଖୀନ ହୋଇଥିଲା। ଚେନ୍ନାଇ ଏହି ମ୍ୟାଚରେ ରାଜସ୍ଥାନକୁ ପରାସ୍ତ କରିଛି। ଯାହା ପରେ ଚେନ୍ନାଇ ପାଇଁ ପ୍ଲେ ଅଫ ପାଇଁ ରାସ୍ତା ସହଜ ହୋଇଯାଇଛି । ଏହି ମ୍ୟାଚରେ ଏମଏସ ଧୋନି ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ। କିନ୍ତୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଭବିଷ୍ୟତରେ ଚେନ୍ନାଇରେ ମହେନ୍ଦ୍ର ସିଂ ଧୋନିଙ୍କ ଏକ ମନ୍ଦିର ନିର୍ମାଣ ହେବ ବୋଲି ରାଇଡୁ କହିଛନ୍ତି।
ରାୟୁଡୁ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଚେନ୍ନାଇରେ ଏମଏସ ଧୋନିଙ୍କ ଏକ ମନ୍ଦିର ନିର୍ମାଣ ହେବ। ଦକ୍ଷିଣ ଭାରତରେ ତାଙ୍କର କ୍ରେଜକୁ ଦେଖି ଏହା ଆଶ୍ଚର୍ଯ୍ୟଜନକ ନୁହେଁ।
ସେ ଆହୁରି ମଧ୍ୟ କହିଛନ୍ତି, ଧୋନି ଚେନ୍ନାଇର ଭଗବାନ ଏବଂ ମୁଁ ନିଶ୍ଚିତ ଯେ ଆଗାମୀ ବର୍ଷରେ ଚେନ୍ନାଇରେ ଏମଏସ ଧୋନିଙ୍କ ମନ୍ଦିର ନିର୍ମାଣ ହେବ। ସେ ଜଣେ ବ୍ୟକ୍ତି ଯିଏ ତାଙ୍କ ଖେଳାଳିଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ଦଳ, ଦେଶ ପାଇଁ ସର୍ବଦା କାର୍ଯ୍ୟ କରିଆସୁଛନ୍ତି, ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଏଥିପାଇଁ ସର୍ବୋତ୍ତମ କାର୍ଯ୍ୟ କରିଛି।

Share