Posted inଖେଳ

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ, ସେ ନିଶ୍ଚିତ ଭାବରେ ଧୋନୀଙ୍କର ପ୍ରଶଂସକ। କିନ୍ତୁ ଏବେ ମାହିଙ୍କ ବିଷୟରେ ଏପରି ଏକ ଖବର ଆସୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନିର୍ଦ୍ଦେଶକ ପ୍ରଯୋଜକ କରନ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଏକ ସ୍ବତନ୍ତ୍ର ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି, ଯାହା ପରେ ଧୋନିଙ୍କ ପ୍ରଶଂସକମାନେ ବହୁତ ଖୁସି।

କରନ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି। ଏହି କ୍ଲିପରେ ଧୋନୀ ଏକ ସ୍ବତନ୍ତ୍ର ଶୈଳୀରେ ଦେଖାଯାଉଛନ୍ତି। ଧୋନୀଙ୍କ ଲଭର୍‌ ବଏ ଲୁକ୍‌ ନଜର ଆସୁଛି। ଏପରି ପରିସ୍ଥିତିରେ ପ୍ରଶଂସକମାନେ ମାହି ଖୁବଶୀଘ୍ର ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଅନୁମାନ କରୁଛନ୍ତି।

ଏହି ଭିଡିଓ କ୍ଲିପ ଏକ ଲେଖା ସହିତ ଆରମ୍ଭ ହେଉଛି ଯେଉଁଥିରେ ଲେଖାଯାଇଛି, ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ରୋମାଣ୍ଟିକ ଅବତାର। ଏଥିରେ ଧୋନୀ ହାତରେ ଏକ ଲାଲ ବେଲୁନ୍‌ ଧରିଥିବାର ଦେଖାଯାଉଛି। ଧୋନୀ ଭିଡିଓରେ କହୁଛନ୍ତି, ମୋ ସହିତ ଚାଲିବା ଯୋଗୁ ତୁମେ ପ୍ରତ୍ୟେକ ଯାତ୍ରାକୁ ସୁନ୍ଦର କରୁଛ… ଏହା ପରେ ପରଦାରେ ଦେଖାଯାଏ, ’ଏକ ପ୍ରେମ କାହାଣୀ ଯାହା ଅନ୍ୟଭଳି ନୁହେଁ, ଶୀଘ୍ର ଆସୁଛି…’

ଏହି ଭିଡିଓ ଦେଖିବା ପରେ, ପ୍ରଶଂସକମାନେ ପଚାରୁଛନ୍ତି ଯେ ଧୋନୀ ଅଭିନୟ ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି କି? ଯଦିଓ ପ୍ରଥମ ନଜରରେ ଏହି କ୍ଲିପ୍‌ ଏକ ବଲିଉଡ ଫିଲ୍ମର ଟ୍ରେଲର ପରି ଦେଖାଯାଉଛି, କିନ୍ତୁ ଏହା ପ୍ରକୃତରେ ଏକ ତୈଳ କମ୍ପାନୀ ଗଲ୍ଫ ପ୍ରାଇଡ ପାଇଁ ତିଆରି ଏକ ବିଜ୍ଞାପନ, ଯାହାର ନିର୍ଦ୍ଦେଶନା ପୁନିତ ମାଲହୋତ୍ରା ଦେଇଛନ୍ତି ଏବଂ ଏହା ଧର୍ମା ୨.୦ ବ୍ୟାନରରେ ନିର୍ମିତ ହୋଇଛି। କରଣ ଜୋହର ଏହି ଭିଡିଓ ସହିତ ଲେଖିଛନ୍ତି – ମାହିଙ୍କ ନୂତନ ଶୈଳୀ, ଆମର ନୂଆ ଲଭର୍‌ ବଏ। କିନ୍ତୁ ଏହି କାହାଣୀରେ ଏକ ଟୁଇଷ୍ଟ ଅଛି, କାରଣ ମାହିଙ୍କର ପ୍ରଥମ ପ୍ରେମ ତାଙ୍କର ବାଇକ ଥିଲା, ଏବଂ ଏବେ ଏହି ପ୍ରେମ କାହାଣୀ ମଧ୍ୟ ଏକ ବ୍ଲକବଷ୍ଟର ହେବାକୁ ଯାଉଛି…’

 

View this post on Instagram

 

A post shared by Karan Johar (@karanjohar)


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image