ବମ୍ବେ: ବଲିଉଡ୍ରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି। ବି-ଟାଉନ୍ର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ କ୍ୟାନ୍ସର ହୋଇଛି। ବ୍ରେଷ୍ଟ କ୍ୟାନ୍ସର ହେବା ଯୋଗୁ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଛି।
ମହିମା ବ୍ରେଷ୍ଟ କ୍ୟାନସରରେ ପୀଡ଼ିତ ଥିବା ନେଇ ବଲିଉଡ ଅଭିନେତା ଅନୁପମ ଖେର ସୋସିଆଲ ମିଡିଆ ଯୋଗେ ସାର୍ବଜନୀନ କରିଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ୭ ମିନିଟ୍ରୁ ଅଧିକ ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ନିଜେ ମହିମା ଅଛନ୍ତି। ଏଥିରେ ସେ କ୍ୟାନସରରେ ପୀଡ଼ିତ ହେବା ନେଇ କିପରି ଜାଣିଲେ, କେମିତି ତାଙ୍କ ଚିକିତ୍ସା ଚାଲିଲା ଓ କେଉଁମାନେ ତାଙ୍କ ମନୋବଳ ବାଇଥିଲେ, ସେ ସମ୍ପର୍କରେ କହିଛନ୍ତି।
ବ୍ରେଷ୍ଟ କ୍ୟାନସର ନେଇ ମହିମାଙ୍କଠାରେ କୌଣସି ଲକ୍ଷଣ ନଥିଲା। ସେ ପ୍ରତ୍ୟେକ ବର୍ଷ ସ୍ବାସ୍ଥ୍ୟ ଚେକଅପ୍ କରୁଥିଲେ। ଚଳିତ ବର୍ଷ ଚେକଅପ୍ କଲା ବେଳେ ଡାକ୍ତରଙ୍କୁ ସନ୍ଦେହ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ବ୍ରେଷ୍ଟ କ୍ୟାନସରର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଜଣାପଡ଼ିଥିଲା। ତେବେ ଭଲ ଖବର ହେଉଛି ଯେ ସେ ଏଥିରୁ ପୂରା ସୁସ୍ଥ ହୋଇଯାଇଛନ୍ତି।
ମହିମା ‘ଦାଗ- ଦି ଫାୟାର’, ‘ପ୍ୟାର କୋଇ ଖେଲ ନହିଁ’, ‘ଦିୱାନେ’, ‘କୁରୁକ୍ଷେତ୍ର’, ‘ଧ ‘ଲଜ୍ଜା’, ‘ବାଗବାନ’, ‘ଜମୀର’, ‘ଓମ ଜୟ ଜଗଦୀଶ’ ଓ ‘ଦିଲ ହେ ତୁମ୍ହାରା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଶେଷଥର ପାଇଁ ୨୦୧୬ରେ ‘ଡାର୍କ ଚକୋଲେଟ’ରେ ତାଙ୍କୁ ଦେଖିବାକୁ ମିଳିଥିଲା।