ଏକାଠି ନୂଆଁ ଖାଇଲେ ମହିମାଧର୍ମାବଲମ୍ବୀ

କର୍ଲାମୁଣ୍ଡା:୧୯।୮(ପ୍ରଦୀପ କୁମାର ସାହୁ): ଆଜି ପବିତ୍ର ଗହ୍ମା ପୂର୍ଣ୍ଣମା ତଥା ପ୍ରଭୁ ଶ୍ରୀ ବଳଦେବଙ୍କ ଜନ୍ମ ଦିନରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ମହିମାଧର୍ମାବଲମ୍ବୀ ଭକ୍ତମାନେ ଧୁମ୍‌ଧାମରେ ନୂଆଁଖାଇ ପର୍ବ ପାଳନ କରିଛନ୍ତି।

ବ୍ଲକର ରାଜପୁର ପଞ୍ଚାୟତ ବାଞ୍ଜିପଦର୍‌ ଗାଁରେ ଅଲେଖମହିମା ଧର୍ମୀ ଭକ୍ତମାନେ ଏକାଠି ହୋଇ ନୂଆଁଖାଇ ଥିଲେ। ଏନେଇ ରବିବାର ସାରେ ଅଖଣ୍ଡ ବ୍ରହ୍ମ ଧୂନି ପ୍ରଜ୍ବଳନ ପୂର୍ବକ ପ୍ରଭୁଙ୍କ ନାମ ଭଜନ କୀର୍ତ୍ତନ କରାଯାଇଥିଲା। କାର୍ଯ୍ୟକ୍ରମ ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣାଙ୍କ ନେତୃତ୍ୱରେ ହୋଇଥିବା ବେଳେ ଭକ୍ତ କୁମୁଦ ରଣା, କୁଶ ରଣା, ମହାବୀର ରଣା, କ୍ଷମା ରଣା, କିଶୋର ରଣା, ଜୟରଥ ରଣା, ଭରତ ସାହୁ, କମ୍ବୁ ବାଗ, ଟୁପିଲାଲ ରଣା, ନରେନ୍ଦ୍ର ରଣା ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ। ସେହିପରି ରିଷିଡା, ମାତୃପୁରୀ,ତେରେସିଙ୍ଗା, ବେଲପଡା, ଭଟାପଲା ଆଦି ଅଞ୍ଚଳରେ ମହିମାଧର୍ମୀମାନେ ନୂଆଁ ଖାଇଥିବା ଜଣାପଡିଛି।

Share