ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପାକ୍ସେ

କଲମ୍ବୋ,୯।୮: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦା ରାଜପାକ୍ସେ ରବିବାର ଶପଥ ଗ୍ରହଣ କରିଛନ୍ତି। କଲମ୍ବୋର ଏକ ବୁଦ୍ଧ ମନ୍ଦିରରେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସରକାରର ମନ୍ତ୍ରୀମାନେ ସୋମବାର ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ତାଙ୍କ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୩୦ ସଦସ୍ୟ ରହିବେ। ସୂଚନାଯୋଗ୍ୟ, ଭାରତ ମହାସାଗରୀୟ ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ନିର୍ବାଚନକୁ ଦୁଇଥର ଘୁଞ୍ଚାଇ ଦିଆଯାଇଥିଲା। ଅଗଷ୍ଟ ୫ରେ କଡ଼ା କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ସହ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ କରାଯାଇଥିଲା। ୧୬୦ ନିୟୁତ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୭୧% ମତଦାତା ସେମାନଙ୍କ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଥିଲେ। ଆଉ ଏଥିରେ ରେକର୍ଡ ସଂଖ୍ୟକ ପ୍ରାୟ ୫ ଲକ୍ଷ ଭୋଟ ପାଇ ସେ ବିଜୟ ଲାଭ କରିଥିଲେ। ଏହାପରେ ସେ ଟୁଇଟ୍‌ କରି ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Share