Categories: ଜାତୀୟ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ପାଞ୍ଚ ବର୍ଷର ମ୍ୟାଟରନିଟି ଲିଭ ପଲିସି

ନୂଆଦିଲ୍ଲୀ,୨।୧୦: ବେସରକାରୀ କ୍ଷେତ୍ରରେ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଏକ ବଡ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହି ଘରୋଇ କମ୍ପାନୀ ମହିଳା କର୍ମଚାରୀଙ୍କ ପାଇଁ ଏକ ନୂତନ ମାତୃତ୍ୱ ନୀତି ପ୍ରଣୟନ କରିଛି। ଏହି ପାଞ୍ଚ ବର୍ଷର ନୀତି ପ୍ରଣୟନ କରାଯାଇଛି, ଯେଉଁଥିରେ ଏକ ପାଞ୍ଚ ବର୍ଷର କ୍ୟାରିୟର ଏବଂ ଯତ୍ନ ଯୋଜନା ପ୍ରବର୍ତ୍ତିତ ହୋଇଛି, ଯେଉଁଥିରେ ବାଧ୍ୟତାମୂଳକ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ମହିନ୍ଦ୍ରା ଏବଂ ମହିନ୍ଦ୍ରା ସହିତ ଜଡିତ ସମସ୍ତ ମହିଳା ଓ୍ବାର୍କରଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। କାରଖାନାରେ କାର୍ଯ୍ୟ କରୁଥିବା ମହିଳାମାନେ ମଧ୍ୟ ମାତୃତ୍ୱ ନୀତି ଅଧୀନରେ ଏହାର ସୁବିଧା ନେଇ ପାରିବେ।

ନୂତନ ମାତୃତ୍ୱ ସୁବିଧା ନୀତି ମଧ୍ୟ ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ସମସ୍ତ ମାତାଙ୍କୁ ୬ ମାସର ଫ୍ଲେକ୍ସି ୱାର୍କ ଅପ୍ସନ ଏବଂ ୨୪ମାସର ହାଇବ୍ରିଡ ୱାର୍କ ଅପ୍ସନ ପ୍ରଦାନ କରେ। ଏହା ସହିତ ଏକ ସପ୍ତାହର ବାଧ୍ୟତାମୂଳକ ମାତୃତ୍ୱ ଛୁଟି ମଧ୍ୟ ଦିଆଯିବ। ଇରାନୀ କହିଛନ୍ତି ଯେ ଆମେ ଏକ ସେଟ ପ୍ରସ୍ତୁତ କରିଛୁ, ଯାହା ମୁଖ୍ୟତଃ ୫ ବର୍ଷର ଯାତ୍ରାକୁ କଭର କରିବ। ପ୍ରସବ ପୂର୍ବରୁ ଗୋଟିଏ ବର୍ଷ, ମା ହେବା ସମୟରେ ଏକ ବର୍ଷ ଏବଂ ପରେ ମା ହେବାର ତିନି ବର୍ଷ ପରେ ଏହା ଅନ୍ତର୍ଭୁକ୍ତ ହେବ।

Share