ବଜାରରେ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭି ରେଞ୍ଜ

ଭୁବନେଶ୍ୱର,୧୫।୨(ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଇଲେକ୍‌ଟ୍ରିକ୍‌ ଭେହିକଲ (ଇଭି) ମଡେଲ ତଥା ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭି ରେଞ୍ଜ ‘ଅଲ୍‌ ନ୍ୟୁ ବିଇ୬ ଏବଂ ଏକ୍ସଇଭି ୯ଇ’ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଅଟୋ ଡିଲର ଉତ୍କଳ ମହିନ୍ଦ୍ରା (ଉତ୍କଳ ଅଟୋମୋବାଇଲ୍ସ ଭୁବେନଶ୍ୱର ମଞ୍ଚେଶ୍ୱର) ଶୋ’ରୁମ୍‌ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ଉକ୍ତ ମଡେଲକୁ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିନ୍ଦ୍ରା ଅଟୋର ଆର୍‌ଏସ୍‌ଏମ୍‌ ସୁମିତ ଅରୋରା, ଏଏସ୍‌ଏମ୍‌ ସମୀର ଜୋଷୀଙ୍କ ସମେତ ଉତ୍କଳ ମହିନ୍ଦ୍ରା (ଉତ୍କଳ ଅଟୋମୋବାଇଲ୍ସ)ର ଏମ୍‌ଡି ସୌନୋକ ପାରିଖ, ନିର୍ଦ୍ଦେଶିକା ସୁଦୀପ୍ତା ପାରିଖ, ଜିଏମ୍‌ ଶୁଭେନ୍ଦୁ ପଟ୍ଟନାୟକ ଏବଂ ଏଜିଏମ୍‌ ଦେବୀ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ବିଇ୬ ଏବଂ ଏକ୍ସଇଭି ୯ଇରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ବର୍ତ୍ତମାନ ସମୟରେ ପ୍ରଚଳିତ ସମସ୍ତ ଫିଚର ଆଦି ସାମିଲ ରହିଛି। ଏହି ମଡେଲ ଭିନ୍ନ ଭିନ୍ନ ଭାରିଆଣ୍ଟରେ ଉପଲବ୍ଧ ହେଉଥିଲାବେଳେ ଆକର୍ଷଣୀୟ କଲର ଏବଂ ଦରରେ ମଧ୍ୟ ଉପଲବ୍ଧ। ଏପରିକି ବିଇ୬ର ପ୍ରାରମ୍ଭିକ ମୂଲ୍ୟ ୧୮.୯୦ ଲକ୍ଷରୁ ଆରମ୍ଭ ହେଉଥିଲାବେଳେ ଏକ୍ସଇଭି ୯ଇ ପ୍ରାରମ୍ଭିକ ମୂଲ୍ୟ ୨୧.୯୦ ଲକ୍ଷରୁ ଆରମ୍ଭ ହେଉଛି।