Categories: ବାଣିଜ୍ୟ

ବଜାରରେ ମହିନ୍ଦ୍ରା ପାୱାରୋଲର ନୂତନ ଡିଜି ସେଟ୍‌

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା) : ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ୍‌, ଜିଏସ୍‌ପି ପାୱାର ପ୍ରୋଜେକ୍ଟସ ଦ୍ବାରା ସିପିସିବିଆଇଭି+ଏମିଶନ ଷ୍ଟାଣ୍ଡାର୍ଡ କମ୍ଲିଆଣ୍ଟ ରେଞ୍ଜର ଡିଜେଲ ଜେନେରେଟର ସେଟ୍‌ ଉନ୍ମୋଚିତ ହୋଇଯାଇଛି। ସିପିସିବିଆଇଭି ପ୍ଲସ୍‌ ଜେନ୍‌ସେଟ୍‌ ରିଟେଲ ସେଲ୍‌ସର ଜେନେରାଲ ମ୍ୟାନେଜର ସୁମିତ ଗୁପ୍ତା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ରିଜିଓନାଲ ସେଲ୍‌ସ ମ୍ୟାନେଜର ସୁଶାନ୍ତ ଦାସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌(ଓଡ଼ିଶା କ୍ଷେତ୍ର)ସେଲ୍‌ସ ମ୍ୟାନେଜର ରବିଶଙ୍କର ସିଂହଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଏଚ୍‌କେଭିଏ ଆଣ୍ଡ ପ୍ରୋଜେକ୍ଟସର ସିନିୟର ମ୍ୟାନେଜର ରାଜୀବ ସିଂହ, ଜିଏସ୍‌ପି ପାୱାର ପ୍ରୋଜେକ୍ଟ (ରିଟେଲ ଡିଭିଜନ)ର ମ୍ୟାନେଜିଂ ଡାଇରେକ୍ଟର ସ୍ବପନ ଗ୍ରୋଭର, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରାଧିକୃତ ସେଲ୍‌ସ ଏବଂ ସର୍ଭିସ୍‌ ଡିଲର ଟିଆର୍‌ଏସ୍‌ ଇଞ୍ଜିନିୟରିଂର ମ୍ୟାନେଜିଂ ଡାଇରେକ୍ଟର ଦେବଦତ୍ତ ରାୟ ମଧ୍ୟ ଉପସ୍ଥିତ ଥିଲେ ।

Share