Categories: ଖେଳ

‘ଟେଷ୍ଟ କ୍ରିକେଟ ତାଣ୍ଡବ…’

ନୂଆଦିଲ୍ଲୀ,୨।୭: ଏଜବାଷ୍ଟନ ଟେଷ୍ଟରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପନ୍ତ ଦିନିକିଆ ଶୈଳୀରେ ବ୍ୟାଟିଂ କରି ସେ ମାତ୍ର ୧୧୧ ବଲ୍‌ରୁ ୨୦ ଚୌକା ଏବଂ ୪ ଛକା ସହାୟତାରେ ୧୪୬ ରନ୍‌ କରିଥିଲେ। ଏହା ତାଙ୍କ କ୍ୟାରିୟରର ୫ମ ଟେଷ୍ଟ ଶତକ ଥିଲା। ଏହାପରେ ସୋସିଆଲ ମିଡିଆରେ ପନ୍ତଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା। ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ସେଥିରୁ ବାଦ ପଡ଼ି ନ ଥିଲେ।

ପନ୍ତଙ୍କ ବ୍ୟାଟିଂର ଫ୍ୟାନ୍‌ ହୋଇ ପନ୍ତଙ୍କ ଏକାଧିକ ଫଟୋ ଶେୟାର କରି ‘ଟେଷ୍ଟ କ୍ରିକେଟ ତାଣ୍ଡବ। ପନ୍ତ ଜଣେ ସ୍ପୋଟ୍ସ ଆଟିଷ୍ଟ। ତାଙ୍କ ଖେଳକୁ ନେଇ ଚକିତ ନ ହେବା ଅସମ୍ଭବ’ ବୋଲି ଲେଖିଥିଲେ।

କହିରଖୁଛୁ, ଭାରତୀୟ କ୍ରିକେଟର ଜଣେ ବଡ଼ ପ୍ରଶଂସକ ହେଉଛନ୍ତି ଆନନ୍ଦ। ସେ ସର୍ବଦା ନିଜ ଟୁଇଟ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଯେତେବେଳେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରି ଟେଷ୍ଟ ସିରିଜ ଜିତିଥିଲା। ସେ ଛଅଜଣ ଭାରତୀୟ ଖେଳାଳିଙ୍କୁ ଥାର୍‌ ଏସ୍‌ୟୁଭି ଉପହାରରେ ଦେଇଥିଲେ।

Share