Categories: ବାଣିଜ୍ୟ

ବଜାରରେ ମହିନ୍ଦ୍ରାର ଦି ୨୦୨୪ ଏକ୍ସୟୁଭି୭୦୦

ଭୁବନେଶ୍ୱର,୧।୩ (ଅଭୟ ଦାଶ):ଦେଶର ପ୍ରମୁଖ ପ୍ରିମିୟମ ଏସ୍‌ୟୁଭି ନିର୍ମାତା ‘ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି ୨୦୨୪ ଏକ୍ସୟୁଭି ୭୦୦’ ମଡେଲର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ମହିନ୍ଦ୍ରାର ଦି ୨୦୨୪ ଏକ୍ସୟୁଭି୭୦୦ ମଡେଲରେ ଅନେକ ନୂତନ ବୈଶିଷ୍ଟ୍ୟ ସହିତ ବିଶ୍ୱସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟାପକ ସମ୍ଭାର ସଂଯୋଗ ରହିଛି। ଅପରପକ୍ଷରେ ଉକ୍ତ ମଡେଲ ୫ଟି ଭାରିଆଣ୍ଟ ସହ ଆକର୍ଷଣୀୟ କଲରରେ ଉପଲବ୍ଧ। ଏହାର ବଜାର ମୂଲ୍ୟ ଏକ୍ସଶୋ’ରୁମ୍‌ ମୂଲ୍ୟ ୧୩.୯୯ ରୁ ୨୩.୯୯ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

Share