Categories: ବାଣିଜ୍ୟ

ବଜାରରେ ମହିନ୍ଦ୍ରାର ଅଲ୍‌ ଇଲେକ୍ଟ୍ରି ଏକ୍ସୟୁଭି ୪୦୦ ପ୍ରୋ ରେଞ୍ଜ

ଭୁବନେଶ୍ୱର,୧୮।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଅଗ୍ରଣୀ ଏସ୍‌ୟୁଭି ମଡେଲର ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌-ଇଲେକ୍ଟ୍ରି ଏକ୍ସୟୁଭି ୪୦୦ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଉକ୍ତ ମଡେଲର ୩ଟି ନ୍ୟୁ ଭାରିଆଣ୍ଟ ଯଥା ଏକ୍ସୟୁଭି ୪୦୦ଇସି ପ୍ରୋ, ଏକ୍ସୟୁଭି ୪୦୦ଇଏଲ୍‌ ପ୍ରୋ ଏବଂ ଏକ୍ସୟୁଭି ୪୦୦ଇଏଲ ପ୍ରୋ ଇତ୍ୟାଦିକୁ ମଧ୍ୟ ବଜାର ପ୍ରବେଶ କରାଇଛି।
ଉଲ୍ଲେଖଯୋଗ୍ୟ, ଅଲ-ଇଲେକ୍ଟ୍ରି ଏକ୍ସୟୁଭି-୪୦୦ରେ ଅନେକ ଅତ୍ୟାଧୁନିକ ଫିଚର ସହ ଆଡଭାନ୍ସ ଟେକ୍ନୋଲୋଜି, ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହିତ ଅଲ ନ୍ୟୁ ଇଣ୍ଟରିଓସ ଆଦି ସାମିଲ ରହିଛି। ସେହିଭଳି ଏକ୍ସୟୁଭି-୪୦୦ଇସି ପ୍ରୋର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧୫,୪୯,୦୦୦ ଟଙ୍କାର ରହିଥିଲା ବେଳେ ଏକ୍ସୟୁଭି-୪୦୦ଇଏଲ୍‌ ପ୍ରୋ ଦର ଯଥା କ୍ରମେ ୧୬,୭୪,୦୦୦ ଏବଂ ୧୭,୪୯,୦୦୦ଟଙ୍କା ରହିଛି।
ଅପରପକ୍ଷରେ ମହିନ୍ଦ୍ରାର ଏହି ରେଞ୍ଜ ବେଶ ଆକର୍ଷଣୀୟ ହୋଇଥିଲା ବେଳେ ଏହାର ଡିଜାଇନ୍‌ ଓ କଲର ଗ୍ରାହକଙ୍କୁ ବେଶ ଆକୃଷ୍ଟ କରି ପାରିଛି ବୋଲି କମ୍ପାନୀ ପକ୍ଷରୁ ମତପ୍ରକାଶ କରାଯାଇଛି।

Share