Categories: ବାଣିଜ୍ୟ

ମହିନ୍ଦ୍ରାର ଅଲ୍‌ ନ୍ୟୁ ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍‌

ନୂଆଦିଲ୍ଲୀ,୨୭।୪: ଭାରତର ୧ ନମ୍ବର ପିକ୍‌ ଅପ୍‌ ବ୍ରାଣ୍ଡ୍‌ ବୋଲେରୋର ନିର୍ମାତା ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ପକ୍ଷରୁ ମହିନ୍ଦ୍ରା ଅଲ୍‌ ନ୍ୟୁ ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍‌ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଅଟୋମୋଟିଭ୍‌ ଡିଭିଜନ୍‌ର ସଭାପତି ବିଜୟ ନାକ୍ରା କହିଛନ୍ତି, ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ପାଇଁ ଗଭୀର ଭାବେ ପ୍ରତିବଦ୍ଧ ଥିବା ଏକ କମ୍ପାନୀ ଭାବେ ଆମେ ଉପତ୍ାଦରେ ଆଗରେ ରହିବା ଓ ବିକାଶ କରୁଥିବାରୁ ଗର୍ବିତ ମନେକରୁଛୁ ଯାହା ଗ୍ରାହକ କୈନ୍ଦ୍ରିକ ହୋଇଥିବା ବେଳେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଯୋଗଦାନ ଲାଗି ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାରେ ଆମେ ବିବିଧ ଯାନ ଜରିଆରେ ଗ୍ରାହକଙ୍କ ଜୀବନକୁ ସମୃଦ୍ଧ କରିବା ଲାଗି ନିରନ୍ତର ଉଦ୍ୟମ କରୁଛୁ ଯାହା ଅଭିବୃଦ୍ଧି ଓ ସମୃଦ୍ଧିକୁ ସକ୍ଷମ କରିବ। ନୂଆ ବୋଲେରୋ ମ୍ୟାକ୍ସ ପିକ୍‌ ଅପ୍‌ ଅତ୍ୟାଧୁନିକ ସୁବିଧା ସୁଯୋଗ,ଅତୁଳନୀୟ ଶକ୍ତି, ସର୍ବାଧିକ ପେଲୋଡ୍‌ ଦକ୍ଷତା ଏବଂ ଅଧିକ ମାଇଲେଜ୍‌ ପ୍ରଦାନ କରୁଥିବା ବେଳେ ପ୍ରତି ଯାତ୍ରାରେ ଚାଳକଙ୍କ ପାଇଁ ଉପତ୍ାଦକତା ଓ କ୍ଲାନ୍ତି ମୁକ୍ତ ଯାତ୍ରାର ପ୍ରତିଶ୍ରୁତି ଦେଉଛି। ବାସ୍ତବରେ ଅଧିକ ଅନୁଭୂତି ଚାହୁଁଥିବା ଗ୍ରାହକମାନଙ୍କ ଲାଗି ଏହା ବେଶ୍‌ ଉପଯୋଗୀ ହେବ। ଏହି ଉପତ୍ାଦ ବର୍ଗମାଳା ଜରିଆରେ ଗ୍ରାହକମାନଙ୍କୁ ଅତୁଳନୀୟ ମୂଲ୍ୟ ପ୍ରଦାନ କରିବା ଲାଗି ମହିନ୍ଦ୍ରାର ରହିଥିବା ଅଦମ୍ୟ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବା ଓ ପିକ୍‌ ଅପ୍‌ ବର୍ଗମାଳାରେ ଉତ୍କର୍ଷ ପାଇଁ ନୂଆ ମାନଦଣ୍ଡ ଧାର୍ଯ୍ୟ କରୁଥିବାରୁ ଆମେ ଆନନ୍ଦିତ। ସେହିଭଳି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଅଟୋମୋଟିଭ୍‌ ଟେକ୍ନୋଲୋଜି ଆଣ୍ଡ୍‌ ପ୍ରଡକ୍ଟ ଡିଭିଜନ୍‌ ସଭାପତି ଆର୍‌. ଭେଲୁସ୍ବାମୀ କହିଛନ୍ତି, ସମ୍ପୂର୍ଣ୍ଣ ନୂଆ ବୋଲେରୋ ମ୍ୟାକ୍ସ ପିକ୍‌ ଅପ୍‌ ବର୍ଗମାଳା। ଯାହା ଏକ ସମ୍ପୂର୍ଣ୍ଣ ବିବିଧ ନୂଆ ପ୍ଲାଟ୍‌ଫର୍ମର ବିକାଶ କରିଛି। ୧.୩ ଟନ୍‌ରୁ ୨ ଟନ୍‌ ପର୍ଯ୍ୟନ୍ତର ବିଭିନ୍ନ କାର୍ଗୋ ଲମ୍ବ ଓ ଅପେଲୋଡ୍‌ କ୍ଷମତା ପ୍ରଦାନ କରୁଥିବା ଦୁଇ ପ୍ରକାର ଉପତ୍ାଦ ପ୍ରଦାନ କରିବାର କ୍ଷମତା ହାସଲ ହୋଇଛି ଏବଂ ଡିଜେଲ ଓ ସିଏନ୍‌ଜିର ବିକଳ୍ପ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ନୂଆ ବୋଲେରୋ ମ୍ୟାକ୍ସ ପିକ୍‌ ଅପ୍‌ ଏଚ୍‌ଡି ସିରିଜ୍‌ ଓ ସିଟି ସିରିଜ୍‌ ଭଳି ଦୁଇଟି ସିରିଜ୍‌ରେ ଉପଲବ୍ଧ। ସିଟି ସିରିଜ୍‌ର ଏକ୍ସ ଶୋ’ରୁମ ମୂଲ୍ୟ ୭.୮୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏଚ୍‌ଡି ସିରିଜ୍‌ର ଦାମ୍‌ ୯.୨୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share