ମହୀପୁର-ନୂଆଗାଁ ରେଳ ଚଳାଚଳ ଶୁଭାରମ୍ଭ

ନୂଆଗାଁ,୧।୭(ଡି.ଏନ.ଏ.): ମହୀପୁରରୁ ନୂଆଗାଁକୁ ରେଳ ଚଳାଚଳ ଗୁରୁବାର ଆରମ୍ଭ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉକ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର-ମହୀପୁର-ଭୁବନେଶ୍ୱର ସ୍ପେଶାଲ ଟ୍ରେନର ନୂଆଗାଁ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ଓ ନୂଆଗାଁ ଠାରୁ ପୁରୀ ପର୍ଯ୍ୟନ୍ତ ଏବଂ ବୋଲଗଡ ଟାଉନ ପି.ଏଚ୍‌ଠାରେ ସେବା ଏକ୍ସପ୍ରେସ୍‌ ରହଣିର ଘୋଷଣା ରେଳମନ୍ତ୍ରୀ କରିଛନ୍ତି। ପ୍ରତିଦିନ ପୁରୀକୁ ଟ୍ରେନ ଚଳାଚଳ କରିବା ନେଇ ଗୁରୁବାର ସରକାରୀ ଭାବେ ଘୋଷଣା କରାଯାଇଛି। ପୁରୀ ରଥଯାତ୍ରା ପାଇଁ ଶୁକ୍ରବାର ସକାଳ ୪.୧୦. ୬.୧୦ , ଅପରାହ୍ନ ୧୨.୧୦ ଓ ୩.୧୦ ସମୟରେ ନୂଆଗାଁ ଷ୍ଟେଶନରୁ ପୁରୀ ଅଭିମୁଖେ ଟ୍ରେନ ଚାଲିବ ବୋଲି ସୂଚନା ମିଳିଛି। ଏହି ଉଦ୍‌ଘାଟନୀ ଉତ୍ସବରେ ରେଳମନ୍ତ୍ରୀ ବୈଷ୍ଣବ ଅପରାହ୍ନ ୩ଟାରେ ପହଞ୍ଚତ୍ବା ପାଇଁ ସ୍ଥିର ହୋଇଥିଲା। ହେଲେ ୨ ଘଣ୍ଟା ବିଳମ୍ବ ଅର୍ଥାତ୍‌ ଅପରାହ୍ନ ୫ଟାରେ ଏକ ସ୍ବତନ୍ତ୍ର ଟ୍ରେନରେ ମନ୍ତ୍ରୀ ବୈଷ୍ଣବ ନୂଆଗାଁ ଷ୍ଟେଶନରେ ପହଞ୍ଚତ୍ଥିଲେ। ଏହାପରେ ସେ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ। ପରେ ଷ୍ଟେଶନ ପରିସରରେ ଆୟୋଜିତ ସଭାରେ ଯୋଗଦେଇ ପୁରୀକୁ ରେଳ ଚଳାଚଳ କରିବା ପାଇଁ ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀଙ୍କ ସହଯୋଗରେ ଆଜି ଏହା ସମ୍ଭବ ହୋଇ ପାରିଛି ବୋଲି କହିଥିଲେ। ରାଜ୍ୟ ତଥା ଦେଶ ବିଦେଶରେ ଉଦୟପୁର ପାଠାଗାର, ସଂଗ୍ରହାଳୟର ପ୍ରତିଷ୍ଠାତା ଦାଶରଥି ପଟ୍ଟନାୟକଙ୍କ ଯୋଗୁ ନୂଆଗାଁ ଗୌରାବନ୍ବିତ ହୋଇଥିବାରୁ ନୂଆଗାଁ ଷ୍ଟେଶନକୁ ଦାଶରଥିଙ୍କ ନାମରେ ନାମିତ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉକ୍ତ ସଭାରେ ଯୋଗଦେଇ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଉପସ୍ଥିତ ଲୋକମାନେ ଏହାକୁ ବି ସମର୍ଥନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଡିଏମ୍‌ଆର୍‌ ରିଙ୍କେଶ ରାୟ ,ପୂର୍ବତଟ ରେଳପଥ ଜିଏମ୍‌ ଶାରଦା ପ୍ରସାଦ ଶ୍ରୀବାସ୍ତବ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri