ଇରାନରେ ଥମୁନି ମାହସା ମୃତ୍ୟୁ ବିବାଦ: ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ

ତେହରାନ,୨୧ା୯: ହିଜାବ ନ ପିନ୍ଧିବାରୁ ଗିରଫ ହୋଇ ଇରାନ ପୋଲିସ ହେପାଜତରେ ୨୨ ବର୍ଷୀୟା ମାହସା ଆମିନିଙ୍କ ମୃତ୍ୟୁକୁ କେନ୍ଦ୍ର କରି ସେଠାରେ ୪ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ମାହସାଙ୍କୁ ନ୍ୟାୟ ଦାବିରେ ଶତାଧିକ ମହିଳା ଓ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଥିବାବେଳେ ପୋଲିସ ସୋମବାର ସେମାନଙ୍କ ଉପରେ ଗୁଳିଚାଳନା କରିଛି। ଏଥିରେ ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ଅନୂ୍ୟନ ୭୫ ଜଣ ଆହତ ହୋଇଛନ୍ତି। ଇରାନ୍‌ ସୁରକ୍ଷାବଳ ବିକ୍ଷୋଭକାରୀଙ୍କ ଉପରେ ଚଳାଇଥିବା ଦମନଲୀଳାକୁ ଜାତିସଂଘ ନିନ୍ଦା କରିଛି।

Share