Categories: ଜାତୀୟ

ନିଶିକାନ୍ତଙ୍କ ବିରୋଧରେ ମାନହାନି ମାମଲା କଲେ ମହୁଆ

ନୂଆଦିଲ୍ଲୀ,୧୮ା୧୦: ଟିଏମ୍‌ସି ଏମ୍‌ପି ମହୁଆ ମୈତ୍ର ପାର୍ଲାମେଣ୍ଟରେ ପ୍ରଶ୍ନ କରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇଥିଲେ ବୋଲି ଭାଜପା ଏମ୍‌ପି ନିଶିକାନ୍ତୁ ଦୁବେ ଅଭିଯୋଗ କରିଥିଲେ। ମହୁଆ ତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମଙ୍ଗଳବାର ମାନହାନି ମାମଲା ଦାଏର କରିଛନ୍ତି। ଏଥିସହିତ ସୁପ୍ରିମକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହଦ୍ରାଇ ଏବଂ କେତେଜଣ ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ୟ ଟିଏମ୍‌ସି ନେତ୍ରୀ ମାନହାନି ମାମଲା ଦାଏର କରିଥିବା ଜଣାପଡ଼ିଛି। ବିଚାରପତି ସଚିନ୍‌ ଦତ୍ତଙ୍କ ଖଣ୍ଡପୀଠ ଶୁକ୍ରବାର ଉକ୍ତ ପିଟିଶନ୍‌ର ଶୁଣାଣି କରିବେ। ସୂଚନାଯୋଗ୍ୟ, ଜୟଅନନ୍ତ ହେଉଛନ୍ତି ମହୁଆଙ୍କ ପୂର୍ବତନ ପାର୍ଟନର। ପୋଷା କୁକୁରକୁ ହେପାଜତକୁ ନେବା ନେଇ ସେମାନଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ଟିଏମ୍‌ସି ନେତ୍ରୀ ପାର୍ଲାମେଣ୍ଟରେ ପ୍ରଶ୍ନ କରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦନୀଙ୍କଠାରୁ ଚାନ୍ଦା ନେଇଥିବା ଭାଜପା ଏମ୍‌ପି ନିଶିକାନ୍ତ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

Share