Categories: ଜାତୀୟ

ମହୁଆ ମୋଇତ୍ର ମାମଲା: ଭାଜପା ଏମପି ନିଶିକାନ୍ତ ଦୁବେ, ଓକିଲ ଜୟ ଅନନ୍ତଙ୍କୁ ୨୬ ଅକ୍ଟୋବରରେ ସାକ୍ଷି ଦେବାକୁ ଡାକିଲା ଏଥିକ୍ସ କମିଟି

ନୂଆଦିଲ୍ଲୀ,୧୮।୧୦: ମହୁଆ ମୋଇତ୍ର ମାମଲାରେ ଏଥିକ୍ସ କମିଟି ୨୬ଅକ୍ଟୋବରରେ ବୈଠକ ଡାକିଛି। ବୈଠକରେ ନିଶିକାନ୍ତ ଦୁବେ ଏବଂ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କୁ ମୌଖିକ ସାକ୍ଷି ଗ୍ରହଣ କରିବାକୁ ଡକାଯାଇଛି। ଏ ସମ୍ପର୍କରେ ଏକ ନୋଟିସ ମଧ୍ୟ ଜାରି କରାଯାଇଛି। ମହୁଆ ମୋଇତ୍ର ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଟିଏମସି ଏମପି ମହୁଆ ମୋଇତ୍ରଙ୍କ ବିରୋଧରେ ଭାଜପା ଏମପି ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଲୋକ ସଭାର ଏଥିକ୍ସ କମିଟି ନିକଟକୁ ପଠାଇଥିଲେ। ନିଶିକାନ୍ତ ଦୁବେ ଲୋକ ସଭା ବାଚସ୍ପତିଙ୍କୁ ମହୁଆଙ୍କ ବିଷୟରେ ଏକ ଚିଠି ଲେଖିଥିଲେ। ଭାଜପା ଏମପିଙ୍କ ଅଭିଯୋଗ ଏବଂ ସିବିଆଇରେ ଜଣେ ଓକିଲଙ୍କ ଅଭିଯୋଗ ପରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରକାଶ କରିଛନ୍ତି ଯେ ମହୁଆଙ୍କ ପ୍ରଶ୍ନର ଭାଷା ବ୍ୟବସାୟୀ ହିରାନନ୍ଦାନୀଙ୍କ ଭାଷା ସଦୃଶ। ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲେଖାଯାଇଥିବା ଚିଠିରେ ଦୁବେ ଅଭିଯୋଗ କରିଛନ୍ତି ଯେ ମହୁଆଙ୍କୁ ଗୃହରେ ପ୍ରଶ୍ନ ପଚାରିବାରୁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଉପହାର ଏବଂ ନଗଦ ଟଙ୍କା (କ୍ୟାଶ ଫର୍‌ କୋରି) ଗ୍ରହଣ କରାଯାଇଛି।

Share