Posted inଜାତୀୟ

ହୀରାନନ୍ଦାନିଙ୍କ ମୁଣ୍ଡରେ ବନ୍ଧୁକ ରଖାଯାଇ ଚିଠିରେ କରାଯାଇଛି ଦସ୍ତଖତ:ମହୁଆ ମୋଇତ୍ରା

ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବା ପାଇଁ ଟିଏମସି ଏମ୍‌ପି ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି ବୋଲି ହୀରାନନ୍ଦାନି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ହେଉଛି ମହୁଆଙ୍କ ଉଦ୍ଦେଶ୍ୟ।
ସଂସଦରେ ଆଦାନୀ ଗୋଷ୍ଠୀ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଟିଏମସି ଏମ୍‌ପିଙ୍କୁ ମଧ୍ୟ ଟଙ୍କା ଦିଆଯାଇଥିବା ହୀରାନନ୍ଦାନି ଅଭିଯୋଗ କରିଛନ୍ତି। ତେବେ ବର୍ତ୍ତମାନ ମଧ୍ୟ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛନ୍ତି ମହୁଆ। ସରକାରୀ ଚିଠିର ନୋଟାରୀକରଣ ମହୁଆ ପ୍ରଶ୍ନ ଉଠାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏଥିରୁ ଜଣାପଡୁଛି ଯେ ଦର୍ଶନ ହୀରାନନ୍ଦାନି ତାଙ୍କ ଉପରେ ଚାପ ପକାଇ ଏହି ପ୍ରମାଣପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ ହୋଇଥିଲେ।
ମହୁଆ କହିଛନ୍ତ, ଏହି ଆଫିଡେଭିଟ ଧଳା କାଗଜରେ ଲେଖାଯାଇଛି ଏବଂ କୌଣସି ସରକାରୀ ଚିଠି କିମ୍ବା ନୋଟାରୀ ଉପରେ ନୁହେଁ। ସବୁଠାରୁ ସମ୍ମାନିତ ବ୍ୟବସାୟୀ କାହିଁକି ଏକ ଧଳା କାଗଜରେ ଦସ୍ତଖତ କରିବେ? ଯଦି ତାଙ୍କ ମୁଣ୍ଡରେ ବନ୍ଧୁକ ରଖାଯାଏ ଏବଂ ସେ ତାହା କରିବାକୁ ବାଧ୍ୟ ହେବେ। ଏହି ଆଫିଡେଭିଟକୁ ଏକ ପରିହାସ। ଏହା କେବଳ ପିଏମ ମୋଦିଙ୍କୁ ପ୍ରଶଂସା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଦ୍ୱାରା ଲେଖାଯାଇଛି। ଟିଏମସି ଏମ୍‌ପି ମହୁଆ ତାଙ୍କର ଦୁଇ ପୃଷ୍ଠାର ବିବୃତ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ମୋଟ ପାଞ୍ଚଟି ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ସଂଗ୍ରାମ ଆରମ୍ଭ: ଛପା ହେଲାଣି ପୋଷ୍ଟର

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନଫଳାଫଳ ପାଇଁ ଗଣନା ଚାଲିଛି ଏବଂ ପ୍ରାରମ୍ଭିକରେ ଭାରତୀୟ ଜନତା ପାର୍ଟି, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଦଳ) ଏବଂ...

ରାହୁଲ, ଖାର୍ଗେଙ୍କୁ ଲିଗାଲ ନୋଟିସ ପଠାଇଲେ ତାଓ୍ବଡେ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବଦିନ ମୁମ୍ବାଇର ଏକ ହୋଟେଲରେ ଭାଜପା ନେତା ବିନୋଦ ତାଓ୍ବଡେ ଭୋଟ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ନେଇ କଂଗ୍ରେସ...

ଝାଡଖଣ୍ଡରେ ହେମନ୍ତ ମ୍ୟାଜିକ୍‌: ବହୁମତ ପାର୍‌ କଲା ଜେଏମ୍‌ଏମ୍‌

ରାଞ୍ଚି,୨୩।୧୧:ଝାଡଖଣ୍ଡରେ ପୁଣି ହେମନ୍ତ ସୋରେନ୍‌ଙ୍କ ମ୍ୟାଜିକ୍‌ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ମେଣ୍ଟ ବହୁମତ ପାର୍‌ କରିଛି। ଏହି ମେଣ୍ଟ ୫୧ ସିଟ୍‌ରେ ଆଗୁଆ...

ପ୍ରଚଣ୍ଡ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ: ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ

ୱାୟନାଡ,୨୩।୧୧: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଗଣନା...

ମହାରାଷ୍ଟ୍ରରେ ମହାବିଜୟ ମୁହାଁ ମହାୟୁତି: ୨୦୦ ପାର୍‌ କଲା ମେଣ୍ଟ

ପୁଣେ,୨୩।୧୧: ମହାରାଷ୍ଟ୍ରରେ ପୁଣି ମହାୟୁତି ଦ୍‌ବଦବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ବହୁମତଠାରୁ ବହୁ ଆଗରେ ଚାଲିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୨୧୩ଟି ଆସନରେ,...

ମହାରାଷ୍ଟ୍ରରେ ମହାୟୁତିକୁ ବହୁମତ: ପଛରେ ପଡ଼ିଲା ଏମ୍‌ଭିଏ

ପୁଣେ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଗଣନା ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତିକୁ ବହୁମତ ମିଳିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୯୭ଟି ଆସନରେ, କଂଗ୍ରେସ...

ଝାଡ଼ଖଣ୍ଡରେ କଡ଼ା ଟକ୍କର: ଆଗ-ପଛ ହେଉଛନ୍ତି ଇଣ୍ଡିଆ-ଏନ୍‌ଡିଏ ମେଣ୍ଟ

ରାଞ୍ଚି,୨୩।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ଏବଂ ଏନ୍‌ଡିଏ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।...

ଖେଳକୁ ବୁଝନ୍ତୁ ଲୋକେ:ରାହୁଲ

ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri