Categories: ଜାତୀୟ

ଲୋକ ସଭାରୁ ବହିଷ୍କୃତ ହେବା ପରେ ଏବେ ମହୁଆଙ୍କୁ ଖାଲି କରିବାକୁ ପଡିବ ସରକାରୀ ବାସଭବନ

ନୂଆଦିଲ୍ଲୀ,୧୨।୧୨: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ତୃଳମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ, ଏ ସମ୍ପର୍କରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସୂଚନାନୁସାରେ, ଲୋକ ସଭା ଗୃହ କମିଟି ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ମହୁଆଙ୍କୁ ଦିଆଯାଇଥିବା ସରକାରୀ ଘରକୁ ଖାଲି କରିବାକୁ କହିଛି। ନଗର ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ମହୁଆଙ୍କୁ ସ୍ବତନ୍ତ୍ର କୋଟାରେ ଆବାସ ଦିଆଯାଇଥିଲା। ଅନ୍ୟପଟେ ଲୋକ ସଭାରୁ ବହିଷ୍କୃତ ହେବା ନେଇ ମହୁଆ ସୋମବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

Share