Categories: ଜାତୀୟ

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା: ସଂସଦରୁ ମହୁଆ ମୋଇତ୍ରା ବହିଷ୍କୃତ

ନୂଆଦିଲ୍ଲୀ,୮।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରା ଶୁକ୍ରବାର ଲୋକ ସଭାରୁ ବହିଷ୍କୃତ ହୋଇଛନ୍ତି। ଲୋକ ସଭାରେ ଆଗତ କରାଯାଇଥିବା ‘ଏଥିକ୍ସ କମିଟି’ ରିପୋର୍ଟ ଆଧାରରେ ସେ ବହିଷ୍କୃୃତ ହୋଇଥିବା ଜଣାପଡିଛି।

ଗୃହରେ ଏମ୍‌ପି ମହୁଆଙ୍କ ଉପରେ ‘ଏଥିକ୍ସ କମିଟି’ ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ କୁମାର ସୋନ୍‌କାର ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ମହୁଆ କଠୋର ଦଣ୍ଡବିଧାନ ଯୋଗ୍ୟ।

ରିପୋର୍ଟ ଉପସ୍ଥାପନ କରାଯିବା କ୍ଷଣି ‘ତୃଣମୂଳ କଂଗ୍ରେସ’ ସଦସ୍ୟଙ୍କ ସହିତ କଂଗ୍ରେସର କେତେକ ସଦସ୍ୟ ଗୃହର ମଧ୍ୟଭାଗକୁ ଚାଲି ଆସି ହୋହଲ୍ଲା କରିଥିଲେ। ତଥାପି ଏହା ଉପରେ ଭୋଟ ହୋଇଥିଲା। ଏହାକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ମହୁଆ ମଧ୍ୟ ଲୋକ ସଭାରୁ ବାହାରି ଆସିଥିଲେ। ବେଆଇନ ଭାବେ ତାଙ୍କୁ ବହିଷ୍କୃତ କରାଯାଇଥିବା ସେ କହିଛନ୍ତି।

 

Share