Categories: ଜାତୀୟ

ସଦସ୍ୟତା ପଦ ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲେ ମହୁଆ, କହିଲେ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ…

ନୂଆଦିଲ୍ଲୀ,୮।୧୨: ସଦସ୍ୟତା ପଦ ରଦ୍ଦ ହେବା ପରେ ତୃଣମୂଳ କଂଗ୍ରେସ ଏମ୍‌ପିି ମହୁଆ ମୋଇତ୍ରା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋ ବିରୋଧରେ କୌଣସି ପ୍ରମାଣ ନାହିଁ।

ମହୁଆ କହିଛନ୍ତି ଯେ ଏଥିକ୍ସ କମିଟି ରିପୋର୍ଟରେ ମୋର ଲୋକ ସଭା ସଦସ୍ୟତା ବାତିଲ କରିବାକୁ ସୁପାରିଶ ହେବାର କାରଣ ହେଉଛି ଲଗଇନ ଆଇଡି ଶେୟାର କରିବା, କିନ୍ତୁ ଏ ସମ୍ପର୍କରେ କୌଣସି ନିୟମ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦି ସରକାର ମୋତେ ଚୁପ୍‌ କରାଇ ଆଦାନୀ ଗ୍ରୁପ ମାମଲାକୁ ଥମାଇ ଦେବେ ବୋଲି ଭାବିଛନ୍ତି, ଏହା କେବେ ହେବ ନାହିଁ।

ସୂଚନାଯୋଗ୍ୟ, ସଂସଦରେ ପ୍ରଶ୍ପ ପରାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମ୍‌ପିି ମହୁଆ ମୋଇତ୍ରାଙ୍କୁ ଶୁକ୍ରବାର ଲୋକସଭାରୁ ବହିଷ୍କୃତ କରାଯାଇଛି।

Share