Categories: ଜାତୀୟ

ନୂଆ ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଧନ୍ୟବାଦ ଜଣାଇଲେ ମହୁଆ

କୋଲକାତା,୧୪ା୧୧: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପିି ମହୁଆ ମୋଇତ୍ରଙ୍କ ବିରୋଧରେ ସଂସଦୀୟ କମିଟି ତଦନ୍ତ ଚଳାଇଥିବା ବେଳେ ତାଙ୍କୁ କ୍ରିଷ୍ଣନଗର (ନଦିଆ ଉତ୍ତର)ର ଜିଲା ସଭାପତି ଭାବେ ଦଳ ନିଯୁକ୍ତି ଦେଇଛି। ନୂଆ ପଦବୀ ପାଇଁ ମହୁଆ ଦଳ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହୁଆଙ୍କ ସମେତ ୧୫ ଜଣଙ୍କୁ ବିଭିନ୍ନ ଜିଲାର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି।

Share