Categories: ଜାତୀୟ

ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ମିଳିଲା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହୁଆ

ନୂଆଦିଲ୍ଲୀ,୧୮।୧୨: ସରକାରୀ ବାସଭବନ ଖାଲି କରିବା ନୋଟିସ ପାଇବା ପରେ ତୃଳମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଲୋକ ସଭାରୁ ବହିଷ୍କୃତ ହେବା ପରେ ମହୁଆଙ୍କୁ ଫେବୃୟାରୀ ୭ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି।

ପିଟିଆଇ ସୂଚନା ଅନୁଯାୟୀ, ମହୁଆଙ୍କ ଆବେଦନ ମଙ୍ଗଳବାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରେ। ଏହି ଆବେଦନରେ ମହୁଆ ଅନୁରୋଧ କରିଛନ୍ତି ଯେ, ଇଷ୍ଟେଟ ନିର୍ଦ୍ଦେଶାଳୟର ଡିସେମ୍ବର ୧୧ ଆଦେଶକୁ ବାତିଲ କରିଦିଆଯାଉ କିମ୍ବା ତାଙ୍କୁ ୨୦୨୪ ଲୋକ ସଭା ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ବିକଳ୍ପ ଭାବରେ ବାସଭବନରେ ରହିବାକୁ ଅନୁମତି ଦିଆଯାଉ।

Share