Categories: ଜାତୀୟ

ସୋସିଆଲ ମିଡିଆରେ ଭାଇରାଲ ହେଲା ମହୁଆଙ୍କ ବ୍ୟକ୍ତିଗତ ଫଟୋ

ନୂଆଦିଲ୍ଲୀ,୧୫।୧୦: ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପଶ୍ଚିମବଙ୍ଗର କୃଷ୍ଣା ନଗର ଲୋକ ସଭା ଏମପି ମହୁଆ ମୋଇତ୍ରାଙ୍କର କିଛି ବ୍ୟକ୍ତିଗତ ଫଟୋ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହି ଫଟୋଗ୍ରାଫକୁ ନେଇ ଉତ୍ତେଜନା ଦେଖାଦେଇଛି। ଏମପି ମହୁଆ ଭାଇରାଲ ଫଟୋ ଉପରେ କୌଣସି ବିଶେଷ ଧରଣର ଆଶ୍ଚର୍ଯ୍ୟ ପ୍ରକଟ କରିନାହାଁନ୍ତି, ବରଂ ଏହାକୁ ଏକ ଭିନ୍ନ ଦୃଷ୍ଟିରେ ଗ୍ରହଣ କରି ଏହାକୁ ମନୋରଞ୍ଜନ ବୋଲି କହି ଭାଜପା ଉପରେ ଆକ୍ରମଣ କରିଛନ୍ତି ଏବଂ ଏପରି କରୁଥିବା ଲୋକଙ୍କୁ ‘ଭାଜପାର ଟ୍ରୋଲ ସେନା’ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟୁଇଟର) ରେ ମହୁଆଙ୍କ ଅନେକ ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋଗୁଡ଼ିକରେ କଂଗ୍ରେସର ବରିଷ୍ଠ ନେତା ତଥା ଏମପି ଶଶି ଥରୁର ତାଙ୍କ ସହ ନଜର ଆସିଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ଏହା ପରେ ଟିଏମସି ନେତା ମଧ୍ୟ ତାଙ୍କ ମତ ପ୍ରକାଶ କରିଛନ୍ତି।
ଟୁଇଟରରେ ଭାଇରାଲ ପୋଷ୍ଟରେ ଲୋକ ସଭା ଏମପି ମହୁଆ ମନ୍ତବ୍ୟ ଦେଇଛନ୍ତି, ମୋର କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଜପାର ଟ୍ରୋଲ ସେନା ଦ୍ୱାରା ପ୍ରସାରିତ ହୋଇଥିବାରୁ ମୁଁ ବହୁତ ଖୁସି।

Share