Categories: ଜାତୀୟ

ସୁପ୍ରିମକୋର୍ଟରେ ପହଞ୍ଚିଲେ ମହୁଆ

ନୂଆଦିଲ୍ଲୀ,୧୧ା୧୨: ସୋମବାର ସୁପ୍ରିମକୋର୍ଟରେ ଲୋକ ସଭା ସଦସ୍ୟତା ବାତିଲ କରିବା ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ର ଚ୍ୟାଲେଞ୍ଜ କରିଛନ୍ତି।

ସୂଚନାଯୋଗ୍ୟ, ମହୁଆଙ୍କୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ ହୋଇଥିଲା, ଏହା ପରେ ନୈତିକ କମିଟି ଗଠନ କରାଯାଇଥିଲା ଏବଂ ଦୀର୍ଘଦିନ ଧରି ଅନୁସନ୍ଧାନ ପରେ ଏହି କମିଟି ଶୁକ୍ରବାର ଲୋକ ସଭାରେ ଏହାର ରିପୋର୍ଟ ଦାଖଲ କରିଥିଲା।

ଏହି ରିପୋର୍ଟରେ ମହୁଆଙ୍କୁ ସଂସଦରୁ ବହିଷ୍କାର କରିବା ପାଇଁ ଲୋକ ସଭା ବାଚସ୍ପତିଙ୍କୁ ନୈତିକ କମିଟି ସୁପାରିସ କରିଛି। ରିପୋର୍ଟ ଉପସ୍ଥାପନା ପରେ ଲୋକ ସଭାରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ଚାଲିଥିଲା ଏବଂ ପରେ ଭଏସ୍‌ ଭୋଟ ଦ୍ୱାରା ପାରିତ ହୋଇଥିବା ମହୁଆଙ୍କୁ ସଂସଦରୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, ‘ଏହି ଗୃହ କମିଟିର ସିଦ୍ଧାନ୍ତକୁ ଗ୍ରହଣ କରିଛି ଯେ ଏମ୍‌ପି ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ ଏବଂ ଜଣେ ଏମ୍‌ପିଙ୍କ ଅସମ୍ମାନ ଅଟେ। ତେଣୁ ଏମ୍‌ପି ରହିବା ତାଙ୍କ ପାଇଁ ଉପଯୁକ୍ତ ନୁହେଁ।

କୃଷ୍ଣନଗର ଲୋକ ସଭା ଆସନରୁ ପ୍ରଥମଥର ପାଇଁ ସଂସଦରେ ପହଞ୍ଚିଥିବା ମହୁଆଙ୍କୁ ସଂସଦରୁ ବହିଷ୍କାର କରାଯାଇଛି। ଲୋକ ସଭାର ନୈତିକ କମିଟିର ରିପୋର୍ଟ ତାଙ୍କୁ ‘ଅନୈତିକ ତଥା ଅବାଞ୍ଛିତ ଆଚରଣ’ ପାଇଁ ଦାୟୀ କରିଛି। ଯାହା ତାଙ୍କୁ ବହିଷ୍କାର କରିବାର ରାସ୍ତା ଦେଖାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ତୀବ୍ର ଆଲୋଚନା ପରେ ଲୋକ ସଭାରେ ମହୁଆଙ୍କ ବହିଷ୍କାର ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯାହା ଗୃହକୁ ଭଏସ୍‌ ଭୋଟ୍‌ ଦ୍ୱାରା ଅନୁମୋଦନ କରାଯାଇଥିଲା। ଆଲୋଚନାରେ ମହୁଆଙ୍କୁ ତାଙ୍କ ପକ୍ଷ ଉପସ୍ଥାପନ କରିବାର ସୁଯୋଗ ଦିଆଯାଇ ନ ଥିଲା।

Share