Advertisement

ମହୁଆଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ: ମମତା ବାନାର୍ଜୀ

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି।

ମହୁଆଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ନେଇ ମମତା ଦୁଃଖପ୍ରକାଶ କରିବା ସହ କହିଥିଲେ, ମୁଁ ବୁଝିପାରୁନାହିଁ ଯେ ୪୦୦ରୁ ଅଧିକ ପୃଷ୍ଠା ଅଧାଘଣ୍ଟାରେ କିଭଳି ପଢ଼ାଯାଇପାରିଲା। ଇଣ୍ଡିଆ ମେଣ୍ଟକୁ ଧନ୍ୟବାଦ, ସେମାନେ ଏକାଠି ଲଢ଼ିଥିଲେ। ହେଲେ ମହୁଆଙ୍କୁ ଏହି ପ୍ରସଙ୍ଗରେ କହିବାକୁ ସୁଯୋଗ ଦିଆଯାଇ ନ ଥିଲା। ଏହା ସମ୍ପୂର୍ଣ୍ଣ ଭାବେ ଅନ୍ୟାୟ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ଏଥିକ୍ସ କମିଟିର ଯାଞ୍ଚରେ ମହୁଆ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ତାଙ୍କ ଉପରେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରୁଥିବା ଅଭିଯୋଗ ହୋଇଥିଲା। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଏହି ଅଭିଯୋଗ କରିଥିଲେ। ଏହାପରେ ମହୁଆ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ରୁଜୁ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel