କୋଲକାତା,୨୭।୧୧ : ମହାରାଷ୍ଟ୍ରର ଥାଣେରେ ଏକ ଯୋଗ ଶିବିରରେ ମହିଳାମାନଙ୍କ ଉପରେ ବାବା ରାମଦେବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିବାଦୀୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ଠାରୁ ଆରମ୍ଭ କରି ଶିବସେନା ଏମ୍ପି ସଞ୍ଜୟ ରାଉତ ତାଙ୍କୁ ଘେରିଛନ୍ତି। ବର୍ତ୍ତମାନ ଟିଏମସି ଏମ୍ପି ମହୁଆ ମୋଇତ୍ର ମଧ୍ୟ ମହିଳାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିବା ସହିତ କଟାକ୍ଷ କରିଛନ୍ତି।
ମହୁଆ କହିଛନ୍ତି, ବର୍ତ୍ତମାନ ମୁଁ ଜାଣି ପାରୁଛି ଯେ ବାବା ମହିଳାଙ୍କ ସାଲଓ୍ବାର-ସୁଟ ପୋଷାକରେ ରାମଲୀଳା ମଇଦାନରୁ କାହିଁକି ପଳାୟନ କରିଥିଲେ? ସେ କହିଛନ୍ତି ଯେ ରାମଦେବ ବୋଧେ ସାଲଓ୍ବାର-ସୁଟ ଏବଂ ଶାଢ଼ି ଅଧିକ ପସନ୍ଦ କରନ୍ତି।
ତାଙ୍କର ମସ୍ତିଷ୍କ ବିକୃତି ହୋଇଛି। ତେଣୁ ତାଙ୍କ ଚିନ୍ତାଧାରାକୁ ଏକପାଖିଆ କରିଦେଇଛି ବୋଲି ମହୁଆ କହିଛନ୍ତି।