Advertisement

ମୃତ୍ୟୁ ସହ ସଂଗ୍ରାମ କରୁଛି ମାଈହାତୀ

ଦେବଗଡ଼,୨ା୧୨(ଡି.ଏନ.ଏ): ଦେବଗଡ ବନଖଣ୍ଡ ଓ ଦେବଗଡ ବନାଞ୍ଚଳ କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମର ଏକ ନାଳରେ ପଡି ଜୀବନମୃତ୍ୟୁ ସହ ସଂଗ୍ରାମ କରୁଛି ଏକ ମାଈହାତୀ ।
ହାତୀଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ସୋମବାର ବିରିୟାମ ଗ୍ରାମକୁ ଚାଲିଆସିଥିଲା। ତେବେ ରାତିରେ ସେଠାରେ ଥିବା ଏକ ନାଳରେ ହାତୀଟି ପଡିଯାଇଥିଲା ା ବନ ବିଭାଗ କର୍ମଚାରୀମାନେ ମଙ୍ଗଲବାର ଉକ୍ତ ହାତୀଟିକୁ ଉଠାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ହାତୀଟି ଦୁର୍ବଳ ହୋଇଯାଇଥିବାରୁ ସେଠାରୁ ଉଠି ପାରି ନ ଥିଲା । ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ, ଫରେଷ୍ଟ ରେଞ୍ଜ ଅଫିସର ଦେବଦତ୍ତ ନନ୍ଦ, କଂସର ଫରେଷ୍ଟର ଦାୟିତ୍ୱରେ ଥିବା ତିଲେଇବଣି ଫରେଷ୍ଟର ସୁଧାଂଶୁ ବେହେରା, ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ହାତୀଟିର ଚିକିତ୍ସା କରାଯାଇଥିଲା। ଉକ୍ତ ମାଇ ହାତୀଟିର ବୟସ ୩୦ରୁ ୩୫ ବର୍ଷ ହେବ। ବୟସାଧିକ ଯୋଗୁ ହାତୀଟି ଆବଶ୍ୟକ ପରିମାଣର ଖାଦ୍ୟ ନ ପାରି ଦୁର୍ବଳ ହୋଇପଡିଥିବା ଫରେଷ୍ଟର ବେହେରା ପ୍ରକାଶ କରିଛନ୍ତି । ସେହିପରି ବୁଧବାର ସକାଳ ତିଲେଇବଣି ପ୍ରାଣୀ ଚିକିତ୍ସକ ମିଶ୍ରଙ୍କ ନେତୃତ୍ୱରେ ଏକ ଦଳ ଘଟଣା ସ୍ଥଳକୁ ଯାଇ ହାତୀଟିର ଅଧିକ ଚିକିତ୍ସା କରିବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ହାତୀଟିର ଉନ୍ନତ ଚିକିତ୍ସା ନିମନ୍ତେ ନାଳରୁ ଜଳ ନିଷ୍କାସନ ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share