Categories: ଜାତୀୟ

ହସ୍ପିଟାଲରେ ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୪।୧୦: ଲଖିମପୁର ଖେରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଆଶିଷଙ୍କୁ ଜେଲରୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟେଷ୍ଟ ପରେରେ ଆଶିଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଜେଲର ପଙ୍କଜ ସିଂ କହିଛନ୍ତି, ଶନିବାର ଦିନ ପୋଲିସ ତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଛି।
ଅକ୍ଟୋବର ୩, ୨୦୨୧ରେ ଉତ୍ତରପ୍ରଦେଶର ଲଖିମପୁର ଖେରିର ଟିକୁନିଆରେ ଘଟିଥିବା ହିଂସାରେ ଚାରିଜଣ କୃଷକ, ଦୁଇ ଭାଜପା କର୍ମୀ, ଡ୍ରାଇଭର ଏବଂ ଖବରଦାତାଙ୍କ ସମେତ ମୋଟ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ତଦନ୍ତ କମିଟି ଏପର୍ଯ୍ୟନ୍ତ ସମୁଦାୟ ୧୩ ଜଣ ଗିରଫ କରିଛି।

Share