Categories: ଜାତୀୟ

ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ: ଉପରାଷ୍ଟ୍ରପତି ମୁଖ୍ୟ ଅତିଥି…

ନୂଆଦିଲ୍ଲୀ,୧୭।୬ : କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଏଥର ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟପ୍ରଦେଶର ଜବଲପୁର ସହରରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେବ। ଆୟୁଷ ମନ୍ତ୍ରଣାଳୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ମଧ୍ୟପ୍ରଦେଶର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସୋନୋୱାଲ ଖବରଦାତାଙ୍କୁ କହିଛନ୍ତି ଏଥର ମଧ୍ୟପ୍ରଦେଶର ଜବଲପୁର ସହରରେ ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଉପରାଷ୍ଟ୍ରପତି ଜଗଦୀପ ଧନଖର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ବ୍ୟତୀତ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଚୌହାନ, ରାଜ୍ୟପାଳ ମଙ୍ଗୁଭାଇ ପଟେଲ, କେନ୍ଦ୍ର ମନ୍ତ୍ରୀ ଏବଂ ଏମପିମାନେ ଯୋଗଦେବେ। ଏହା ବ୍ୟତୀତ ଅନେକ ସ୍ଥାନରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହେବ ।

Share