ମୁଖ୍ୟ ଡାକ୍ତରଖାନା, ମିଳୁନି ସର୍ବନିମ୍ନ ସ୍ବାସ୍ଥ୍ୟସେବା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ରେ ଜିଲା ମୁଖ୍ୟ ଡାକ୍ତରଖାନା ରହିଛି। ସହର ମଧ୍ୟରୁ ଏହି ଡାକ୍ତରଖାନାକୁ ଉଠାଇ ସେଠାରେ ନୂତନ ଭାବେ ନିର୍ମାଣ କରାଯାଇଛି। ତେବେ ପୁରୁଣା ମୁଖ୍ୟ ଡାକ୍ତରଖାନା ଭଳି ନୂତନ ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ମିଳୁ ନଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ତ ସାଧାରଣ କଥା। ଏଠାରେ ଅସ୍ଥିଶଲ୍ୟ ବିଭାଗର ଜଣେ ମଧ୍ୟ ଡାକ୍ତର ନାହାନ୍ତି। ସେହିପରି ଏଠାକୁ ଆସୁଥିବା ରୋଗୀଙ୍କୁ ସର୍ବନିମ୍ନ ସେବା ମଧ୍ୟ ମିଳିପାରୁ ନାହିଁ। ରକ୍ତ, ପରିସ୍ରା ଆଦି ପରୀକ୍ଷା ପାଇଁ ଉଦ୍ଦିଷ୍ଟ କେମିକାଲ୍ସ ଗଚ୍ଛିତ ରହୁ ନାହିଁ। ଫଳରେ ରୋଗୀଙ୍କ ବିଭିନ୍ନ ପରୀକ୍ଷା ହୋଇପାରୁ ନଥିବାରୁ ବାହାରକୁ ଯାଇ ସେମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। କେବଳ ସେତିକି ନୁହେଁ, ଅଲଟ୍ରାସାଉଣ୍ଡ୍‌, ଡାଇଲାସିସ୍‌, ଏକ୍ସରେ ଆଦି ପାଇଁ ରୋଗୀ ଅଟହଟା ହେଉଛନ୍ତି। ସେହିପରି ଉକ୍ତ ଡାକ୍ତରଖାନା ପରିସରରେ ୫୦ଶଯ୍ୟା ବିଶିଷ୍ଟ ଜଟିଳ ରୋଗ ଚିକିତ୍ସା କେନ୍ଦ୍ର ରହିଛି। ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡ଼ରେ ଏହାକୁ ଉଦ୍‌ଘାଟନ କରିଥିଲେ। ହେଲେ ତାହା ମଧ୍ୟ କେବଳ ଉଦଘାଟନରେ ହିଁ ସୀମିତ ରହିଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବରଗଡ଼ ସହରରେ ବହୁ ପୂର୍ବରୁ ଜିଲା ମୁଖ୍ୟ ଡାକ୍ତରଖାନା ରହିଥିଲା। ଗତ କିଛି ବର୍ଷତଳେ ମୁଖ୍ୟ ଡାକ୍ତରଖାନାକୁ ସହରଠାରୁ ପ୍ରାୟ ୪କି.ମି ଦୂର ବରଗଡ଼-ଭଟଲି ରାସ୍ତାପାର୍ଶ୍ୱ ଖେଦାପାଲି(ଟୁକୁର୍ଲା)କୁ ଉଠାଇ ନିଆଯାଇଥିଲା। ସେଠାରେ ୭ମହଲା ବିଶିଷ୍ଟ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ନିର୍ମାଣ କରାଯାଇଥିଲା। ସେତେବେଳେ ପୁରୁଣା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତି ମଧ୍ୟ ସେଠାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାକୁ ନେଇ ସହରରେ ସେତେବେଳେ ବିରୋଧ ତେଜି ଉଠିଥିଲା। ଏହାପରେ ପୁରୁଣା ମୁଖ୍ୟ ଡାକ୍ତରଖାନାକୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦିଆଯାଇଥିଲା ଏବଂ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ବାପେକ୍ଷା ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ମିଳିଥିଲା। ଏହାପରେ ବରଗଡ଼ ସହରରେ ଶାନ୍ତି ଫେରିଥିଲା।
କିନ୍ତୁ ମୁଖ୍ୟ ଡାକ୍ତରଖାନା ଖେଦାପାଲି(ଟୁକୁର୍ଲା)କୁ ସ୍ଥାନାନ୍ତର ହେବା ପରେ ଉଭୟ ପୁରୁଣା ଏବଂ ନୂତନ ଡାକ୍ତରଖାନାରେ ନୂଆଁ ସମସ୍ୟା ବଢ଼ି ଚାଲିଛି। ଉଭୟ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହୁଛି। ଫଳରେ ବିଭିନ୍ନ ସମୟରେ ପୁରୁଣା ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ନୂଆ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ସେହିପରି ନୂଆ ଜିଲା ମୁଖ୍ୟ ଡାକ୍ତରଖାନାକୁ ଗଲେ ଆବଶ୍ୟକ ବ୍ୟବସ୍ଥା ନଥିବା ଦର୍ଶାଇ ସେଠାରୁ ରୋଗୀଙ୍କୁ ପୁଣି ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଉଛି। ଏହାଦ୍ୱାରା ରୋଗୀ ହଟହଟା ହେବା ସହ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏଥିସହ ଅନେକ ରୋଗୀଙ୍କୁ ଜୀବନ ହରାଇବାକୁ ମଧ୍ୟ ପଡୁଛି ବୋଲି ଅଭିଯୋଗ ହେଉଛି।
ନୂଆ ମୁଖ୍ୟ ଡାକ୍ତରଖାନା ନିର୍ମାଣ ହେବା ଦିନଠାରୁ ଏହି ସମସ୍ୟା ସମୂହ ଅସମାହିତ ହୋଇ ରହି ଯାଇଛି। ଡାକ୍ତରଖାନାର ବିଭିନ୍ନ ୱାର୍ଡ଼କୁ ସହଜ, ସୁବିଧାରେ ଯିବା ପାଇଁ ଲିଫ୍ଟ ବ୍ୟବସ୍ଥା ରହିଛି। କିନ୍ତୁ ଏଠାରେ ରହିଥିବା ୭ଟି ଲିଫ୍ଟରୁ ୬ଲିଫ୍ଟ ଦୀର୍ଘଦିନ ହେଲା ଅଚଳ ହୋଇ ପଡ଼ିଛି। ଡାକ୍ତରଖାନାରେ ଶବ ସଂରକ୍ଷଣ ଗୃହ ରହିଛି। କିନ୍ତୁ ସେଠାରେ ରହିଥିବା ଫ୍ରିଜର ଦୀର୍ଘଦିନରୁ ଅଚଳ ହୋଇପଡ଼ିଛି। ଫଳରେ ଶବ ସେଠାରେ ରହିଲେ ପଚିଯାଇ ଦୁର୍ଗନ୍ଧ ହେଉଥିବା ଅଭିଯୋଗ ହେଉଛି। ଡାକ୍ତରଖାନାରେ ଅଲଟ୍ରା ସାଉଣ୍ଡ୍‌ ପରୀକ୍ଷା ବ୍ୟବସ୍ଥା ରହିଛି ସତ, ହେଲେ ଅଲଟ୍ରା ସାଉଣ୍ଡ ମେଶିନ ଚଲାଇବା ପାଇଁ ଜଣେମାତ୍ର କର୍ମଚାରୀ ଅଛନ୍ତି। ସେ ଛୁଟିରେ ରହିଲେ, ଅଲଟ୍ରା ସାଉଣ୍ଡ ପରୀକ୍ଷା ମଧ୍ୟ ହୋଇପାରୁ ନାହିଁ। ମଙ୍ଗଳବାର ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଏକ ମାମଲାରେ ଉଦ୍ଧାର ହୋଇଥିବା ଜଣେ ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ୍‌ ପରୀକ୍ଷା ପାଇଁ ପଦ୍ମପୁର ପୋଲିସ ଜିଲା ମୁଖ୍ୟ ଡାକ୍ତରଖାନାକୁ ପହଞ୍ଚିଥିଲା। ମାତ୍ର ଅଲଟ୍ରାସାଉଣ୍ଡ୍‌ ପରୀକ୍ଷା କେନ୍ଦ୍ର ବନ୍ଦ ଥିବାରୁ ତାଙ୍କୁ ଧରି ପୋଲିସକୁ ନିରାଶରେ ଫେରିଥିଲା।
ମୁଖ୍ୟ ଡାକ୍ତରଖାନାକୁ ୨୪ଘଣ୍ଟିଆ ବିଦ୍ୟୁତ ସେବା ଦିବାସ୍ବପ୍ନ ପାଲଟି ଯାଇଛି। ଜେନେଟେର ଅଚଳ ଯୋଗୁ ଏଠାରେ ଟର୍ଚ୍ଚ ଲାଇଟ୍‌ରେ ଚିକିତ୍ସା ଚାଲିବାର ନଜୀର ରହିଛି। ସେହିପରି ଯେଉଁଦିନ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି, ସେହିଦିନ ଅଲଟ୍ରାସାଉଣ୍ଡ୍‌ ଏବଂ ଏକ୍ସରେ ପରୀକ୍ଷା ମଧ୍ୟ ଠପ୍‌ ପଡ଼ି ଯାଉଛି। ନୂଆ ମୁଖ୍ୟ ଡାକ୍ତରଖାନା ପରିସରରେ ୧୦୦ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ଏବଂ ୫୦ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ସେଣ୍ଟର(ଆଶୁ ଆରୋଗ୍ୟ କେନ୍ଦ୍ର) ରହିଛି। ସେଠାରେ ମଧ୍ୟ ଅନୁରୂପ ସ୍ଥିତି ରହିଛି। ନୂଆ ସରକାର ଆସିବା ପରେ ମଧ୍ୟ ଡାକ୍ତରଖାନା ସମସ୍ୟା ସୁଧୁରି ପାରୁନାହିଁ। ଏ ସମ୍ପର୍କରେ ସ୍ଥାନୀୟ ଜଣେ ସ୍ବେଚ୍ଛାସେବୀ ବିକାଶ ଅଗ୍ରୱାଲଙ୍କୁ ପଚାରିବାରୁ ଏହି ଡାକ୍ତରଖାନାକୁ ବରଗଡ଼ ସମେତ ପଡ଼ୋଶୀ ବଲାଙ୍ଗିର, ସୋନପୁର ଜିଲା ଏବଂ ଛତିଶଗଡ଼ର ରୋଗୀମାନେ ମଧ୍ୟ ଆସିଥାନ୍ତି। କିନ୍ତୁ ଦୀର୍ଘଦିନ ଧରି ଡାକ୍ତରଖାନାର ସମସ୍ୟା ଗୁଡ଼ିକୁ ସମାଧାନ କରି ନ ପାରିବା ପରିତାପର ବିଷୟ। ପରୋକ୍ଷରେ ଘରୋଇ ଡାକ୍ତରଖାନା ଗୁଡ଼ିକ ଏହାର ଫାଇଦା ଉଠାଉଛନ୍ତି ଏବଂ ଗରୀବ ରୋଗୀ ଖର୍ଚ୍ଚାନ୍ତରେ ପଡୁଛନ୍ତି ବୋଲି ସେ କହିଥିଲେ। ଅନ୍ୟପଟେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା. ନିରୁପମା ଷଡ଼ଙ୍ଗୀଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୯୯୮୨୨୪୯ରେ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇ ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Japan Earthquake: ଭୁକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତିବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

ସାବଧାନ! ଆଇସକ୍ରିମ-କୋଲ୍ଡ ଡ୍ରିଙ୍କ୍ସରେ ମିଳିଲା ଡିଟରଜେଣ୍ଟ ପାଉଡର, ହାଡ଼ ଦୁର୍ବଳ କରୁଥିବା ରାସାୟନିକ ପଦାର୍ଥ

କଟକ,୨।୪: କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (FDA) ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଖାଦ୍ୟ ସୁରକ୍ଷା ତଦନ୍ତରେ ବେଙ୍ଗାଲୁରୁରେ ଆଇସକ୍ରିମ ଏବଂ ଥଣ୍ଡା...

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ...

ମା’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମରେ ବିରାଜିତ ମା ’ ପଦ୍ମାବତୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅସ୍ଥାୟୀ...

ରାଜସ୍ବ କମିଶନରଙ୍କ ଦିଗପହଣ୍ଡି ଗସ୍ତ: ସଚେତନତା ରଥ ଉଦ୍‌ଘାଟନ, ଖଡ଼ିଛୁଆଁ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ

ଦିଗପହଣ୍ଡି,୨ା୪(ଅଶେଷ ନାଥ ମିଶ୍ର): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋସନ ସାହୁ ବୁଧବାର ଦିଗପହଣ୍ଡି ଗସ୍ତ କରି ଫେରିଛନ୍ତି। ସେ ଦିଗପହଣ୍ଡି ସହରର ମଧୁବିଦ୍ୟାପୀଠ ପ୍ରାଥମିକ...

୧୦ ଫୁଟ ତଳକୁ ଖସିପଡ଼ିଲା କାର୍‌: ବାଇକ୍‌ ଶୋ’ରୁମ୍‌ ମ୍ୟାନେଜରଙ୍କ ମୃତ୍ୟୁ,ଡ୍ରାଇଭର ଗୁରୁତର

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ୧୬ ନମ୍ବର ଜାତୀୟ ରାଜପଥ ସୁକନ୍ୟା ଢାବା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ୧୦ ଫୁଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image