ଗଞ୍ଜାମ,୨୪।୮(ଡି.ଏନ୍.ଏ.): ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଗଞ୍ଜାମ ଏନ୍ଏସିରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ। ସହରର ମୁଖ୍ୟ ରାସ୍ତା ଏବେ ଡମ୍ପିଂୟାର୍ଡ ପାଲଟିଛି। ଦୈନଦିନ ଉକ୍ତ ରାସ୍ତା ଦେଇ ଅଫିସରଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଯାତାୟତ କରୁଛନ୍ତି। ଏନ୍ଏସି ପ୍ରଶାସନ ପକ୍ଷରୁ ସାହି ଗୁଡିକରୁ ଅଳିଆ ଆବର୍ଜନା ଆଣି ଏଠାରେ ପକାଯାଉଥିବା ଅଭିଯୋଗ ହୋଇଛି। ପୁଣି ୨ କିମ୍ବା ୩ଦିନ ପରେ ଟ୍ରାକ୍ଟର ଦ୍ୱାରା ଉକ୍ତ ଅଳିଆକୁ ଉଠାଯାଉଛି। ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟବାସୀ ପ୍ରଶାସନକୁ ଦାବି କରିଛନ୍ତି। ପଡ଼ିଥିବା ଅଳିଆ ଆବର୍ଜନା ସ୍ଥାନରେ ଗାଈଗୋରୁ ଭିଡ଼ ଜମାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ସହରରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ନଜିର ରହିଛି l