ସ୍କୁଲ ଦିନର ବନ୍ଧୁଙ୍କ ହାତ ଧରିବା ପରେ ଅଭିନେତ୍ରୀରୁ ପାଲଟିଥିଲେ ଗୃହିଣୀ, କହିଲେ ‘ପରିବାର ଆଗ’

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଦର୍ଶକେ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ରେ ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରିଥିଲେ। ୧୯୮୯ରେ ଫିଲ୍ମ ରିଲିଜ ହୋଇଥିବା ବେଳେ ୧୯୯୦ରେ ବିବାହ କରିନେଇଥିଲେ ଭାଗ୍ୟଶ୍ରୀ। ଏହାପରେ ସେ ବଲିଉଡ୍‌କୁ କିଛିଦିନ ବାଏ ବାଏ ମଧ୍ୟ କରିଥିଲେ।
ପିଲାଦିନର ବନ୍ଧୁ ହିମାଳୟ ଦାଶାନୀଙ୍କ ହାତ ଧରିଥିଲେ ଭାଗ୍ୟଶ୍ରୀ। ବିବାହ ପରେ କିଛିଦିନ ପାଇଁ ଅଭିନୟ ଦୁନିଆରୁ ଦୂରକୁ ଚାଲିଯାଇଥିଲେ ସେ। ଏହାପଛରେ ସ୍ବାମୀ ଓ ପୁଅ ମୁଖ୍ୟ କାରଣ ଥିଲେ। ସେମାନଙ୍କ ପାଇଁ ଫିଲ୍ମ ଛାଡ଼ି ଗୃହିଣୀ ହେବାକୁ ସେ ପଶ୍ଚାତାପ କରି ନଥିଲେ।
ଏବେ ଭାଗ୍ୟଶ୍ରୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ନିଜର ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ଫିଟ୍‌ନେସ ଉପରେ ବିଶେଷ ଧ୍ୟାନ ଦେଉଥିବା ଭାଗ୍ୟଶ୍ରୀ ପ୍ରଶଂସକଙ୍କୁ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଥାନ୍ତି। ଏବେ ସେ ଦୁଇଟି ଫିଲ୍ମରେ କାମ କରୁଛନ୍ତି। ଅଭିନେତା ପ୍ରଭାସଙ୍କ ସହ ଫିଲ୍ମ ‘ରାଧେ ଶ୍ୟାମ’ ଏବଂ କଙ୍ଗନାଙ୍କ ସହ ଫିଲ୍ମ ‘ଥଲାଇଭା’ରେ ସେ ନଜର ଆସିବେ।

Share