ମେନପୁରୀ,୩୦ ।୧୧: ଉତ୍ତର ପ୍ରଦେଶର ମେନପୁରୀ ଲୋକ ସଭା ଆସନ ପାଇଁ ପ୍ରଚାର କରିବାକୁ ଯାଇଥିବା ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ତାଙ୍କ କର୍ମୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଯଦି ଝଗଡା ହେଉଛି ତେବେ ସମାଧାନ କରିବାକୁ ଯାଅ ନାହିଁ । କାରଣ ଯଦି ସେଥିରେ ପଡିଯିବ ତେବେ ଜେଲ ଚାଲିଯିବ । କେବଳ ଏତିକି ନୁହେଁ ଶିବପାଲ ଆହୁରି ମଧ୍ୟ କହିଛନ୍ତି ଯଦି ପୋଲିସ ଡାକୁଛି ତେବେ ଯାଅ ନାହିଁ କି ପୋଲିସ ହାତରେ ଧରା ଦିଅନାହିଁ ।
ଶିବପାଲ କହିଛନ୍ତି ଆମ ଲଢେଇ ଭାରତୀୟ ଜନତା ପାର୍ଟି(ଭାଜପା ) ସହ ନୁହେଁ ଆମର ଲଢେଇ ସମ୍ପୂର୍ଣ୍ଣ ସରକାରଙ୍କ ସହ । ପ୍ରଶାସନ ଓ ଅଧିକାରୀଙ୍କ ସହ ବି ଆମର ଲଢେଇ । ଏହାସହ ଶିବପାଲ କର୍ମୀମାନଙ୍କୁ ଗୁଣ୍ଡାଗର୍ଦ୍ଦି ନ କରିବାକୁ ବି ଉପଦେଶ ଦେଇଛନ୍ତି । ଶିବପାଲ ତାଙ୍କ କର୍ମୀମାନଙ୍କୁ କହିଛନ୍ତି ଯଦି କେହି ଗାଳି ଦେଉଛି ତେବେ ତାକୁ ସହିନିଅ ଝଗଡ଼ା କରନାହିଁ । ଆଉ ଯଦି ଝଗଡ଼ା ହେଉଛି ତେବେ ଏହାର ସମାଧାନ କର ନାହିଁ ନଚେତ ପ୍ରଶାସନ ତୁମକୁ ଜେଲ ପଠାଇଦେବ ।