Categories: ଜାତୀୟ

ସିଡିଏସ୍‌ ବିପିନ ରାଓ୍ବତଙ୍କ ନାମରେ ହେବ ମେନ୍‌ପୁରୀ ସୈନିକ ସ୍କୁଲର ନାମ

ଲକ୍ଷ୍ନୌ,୬।୧: ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ(ସିଡିଏସ୍‌) ବିପିନ ରାୱତଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା, ଏବେ ଏହାର ରିପୋର୍ଟ ମଧ୍ୟ ଆସିଛି। ବାୟୁସେନା ହେଲିକପ୍ଟର ଏମ୍‌ଆଇ-୧୭ଭି୫ ଦୁର୍ଘଟଣାରେ କୌଣସି ବୈଷୟିକ ତ୍ରୁଟି କିମ୍ବା ଷଡଯନ୍ତ୍ର ନଥିଲା। ବରଂ ଖରାପ ପାଗ ହେତୁ ସିଏଫ୍‌ଆଇଟି ଅବସ୍ଥା ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛ। ଏହି ରିପୋର୍ଟ ଆସିବାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାୱତଙ୍କ ନାମରେ ମେନ୍‌ପୁରୀସ୍ଥିତ ସୈନିକ ସ୍କୁଲର ନାମକରଣ କରାଯିବା ନେଇ ଘୋଷଣା କରିଛନ୍ତି। ‘ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ, ମାତା ଭାରତୀଙ୍କ ଅମର ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମେନ୍‌ପୁରୀରେ ଥିବା ସୈନିକ ସ୍କୁଲର ନାମ ‘ଜେନେରାଲ ବିପିନ ରାୱତ ସୈନିକ ସ୍କୁଲ’ ରଖାଯାଇଛି’ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଟୁଇଟ୍‌ କରିଛନ୍ତି।

Share