ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ କୋଣ୍ଡାଗାଓଁ ଅଞ୍ଚଳରେ ରବିବାର ଯବାନମାନେ ମାଓବାଦୀ ଶିବିର ଧ୍ୱଂସ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଛତିଶଗଡ଼ ବସ୍ତର ଜିଲାରେ ସୁରକ୍ଷା ବାହିନୀ ଦ୍ୱାରା ଅପରେଶନ ଜାରିଥିବା ବେଳେ ସ୍ଥାନୀୟ ପୋଲିସ ଓ ଏସ୍ଟିଏଫ୍ ଏବଂ ଡିଆରଜି ଯବାନଙ୍କ ଦ୍ୱାରା କୋଣ୍ଡାଗାଓଁ ଅଞ୍ଚଳ କୁଦାଡଓ୍ବାହି ଜଙ୍ଗଲରେ ଯବାନମାନେ ତଲାସି କରୁଥିଲେ। ତେବେ ମାଓବାଦୀମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ତଲାସି ଜୋରଦାର କରାଯାଇଥିଲା। ତେବେ କୁଦାଡଓ୍ବାହି ଜଙ୍ଗଲରେ ଯବାନ ପହଞ୍ଚିବା ପୂର୍ବରୁ ସେଠାରୁ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ପଳାଇଥିଲେ। ଯବାନମାନେ ତଲାସି ବେଳେ ଏହି କ୍ୟାମ୍ପ ଠାବକରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ସେଗୁଡିକ ମଧ୍ୟରେ ବୋମା, ଆଇଇଡି, କଡେକ୍ସ ତାର, ଜିଲୋଟିନ ଷ୍ଟିକ୍, ୯ ହଳ ପୋଷାକ, ବହୁ ପରିମାଣର ଔଷଧ, ରେଡିଓ, ପ୍ଲାଷ୍ଟିକ୍ ଡ୍ରମ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି।