Categories: ଜାତୀୟ

ମୈତ୍ରୀ ସେତୁ ଲୋକାର୍ପିତ

ନୂଆଦିଲ୍ଲୀ,୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୈତ୍ରୀ ସେତୁ ଲୋକାର୍ପିତ କରିଛନ୍ତି। ଏହା ଦ୍ୱାରା ଏଣିକି ତ୍ରିପୁରାରୁ ବାଂଲାଦେଶ ଯିବା ସହଜ ହୋଇ ପାରିବ। ସେତୁ ନିର୍ମାଣ ଯୋଗୁ ତ୍ରିପୁରାର ବିକାଶ ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧.୯ କିଲୋମିଟର ଲମ୍ବ ଏହି ସେତୁର ନିର୍ମାଣ ଜାତୀୟ ରାଜପଥ ବିକାଶ ନିଗମ ଦ୍ୱାରା ସମ୍ପନ୍ନ ହୋଇଛି। ଏଥିରେ ୧୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେତୁ ଦ୍ୱାରା ତ୍ରିପୁରାର ସବରୁମ୍‌ ଏବଂ ବାଂଲାଦେଶର ରାମଗଡ଼ ସହିତ ଯୋଗାଯୋଗ ସ୍ଥାପିତ ହୋଇପାରିବ। ଭାରତ ଏବଂ ବାଂଲାଦେଶର ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ମୈତ୍ରୀ ସେତୁ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Share