Categories: ଜାତୀୟ

ଟିଏମ୍‌ସିରେ ଯୋଗଦେଲେ ମଜିଦ ମେମନ

ନୂଆଦିଲ୍ଲୀ, ୧୫।୧୨: ସୁପ୍ରିମକୋର୍ଟର ପୂର୍ବତନ ଓକିଲ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ମଜିଦ ମେମନ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ରେ ସାମିଲ ହୋଇଛନ୍ତି। ୩ ସପ୍ତାହ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ମଜିଦ ଏନ୍‌ସିପି ଛାଡ଼ିଥିଲେ। ରାଜ୍ୟ ସଭା ସଦସ୍ୟ ଭାବେ ତାଙ୍କୁ ବଛା ନ ଯିବାରୁ କିଛିଦିନ ହେବ ସେ ଦଳ ଉପରେ ଅସନ୍ତୁଷ୍ଟ ଥିବା ଆଲୋଚନା ହେଉଛି। ବରିଷ୍ଠ ଟିଏମ୍‌ସି ନେତା ସୌଗତ ରାୟ ଏବଂ ବେକେର ଓ’ବ୍ରାଏନ୍‌ଙ୍କ ଉପସ୍ଥିତିରେ ମଜିଦ ଟିଏମ୍‌ସିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ବାଘୁଣୀ ବୋଲି ମେମୋନ ଦଳରେ ସାମିଲ ହେବା ଅବସରରେ କହିଛନ୍ତି। ଗଣତନ୍ତ୍ରଣ ଓ ସମାଜର ସୁରକ୍ଷା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ମତ ପ୍ରକାଶ କରିଛନ୍ତି।

 

Share