ମଜ୍‌ନୁଙ୍କ ଫୋନ୍‌ରେ ଥିଲା ଅଶ୍ଳୀଳ ଫଟୋ ଭିଡିଓ, ରିମାଣ୍ଡ ଖୋଲୁଛି ଗୁମର

ଭୁବନେଶ୍ୱର,୭।୮: ୫ ସ୍ବାମୀଙ୍କ ସ୍ତ୍ରୀ ସତ୍ୟଜିତ୍‌ ସାମଲଙ୍କ ପ୍ରେମିକା ତାଲିକାରେ ୪୯ ନୁହେଁ ଥିଲେ ୯୯ ମହିଳା। ରିମାଣ୍ଡରେ ତାଙ୍କର ଗୁମର ଖୋଲିବାରେ ଲାଗିଛି। ସତ୍ୟଜିତଙ୍କ ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଥିବା ଜଣାପଡିଛି। ଏମିତିକି ସେ କେତେକ ମହିଳାଙ୍କ ଭଡିଓ ସୁଟ୍‌ କରିଛନ୍ତି। ଏକ ଭଡିଓି ଭର୍ତ୍ତି ପେନଡ୍ରାଇଭ ମଧ୍ୟ ପୋଲିସ ଜବତ କରିଛି ।ସେହିପରି ଫେକ୍‌ ପୋଲିସ ଆଇଡି ସହ ପାସପୋର୍ଟ ଜବତ ହୋଇଛିି। ୬ଟି ଭାଷାରେ କଥା ହୋଇ ପାରୁଥିଲେ ସତ୍ୟଜିତ୍‌।
ସୂଚନାଯୋଗ୍ୟ, ଡିପ୍ଲୋମା, ବିବିଏ,ହ ସ୍ପିଟାଲିଟି ମ୍ୟାନେଜର, କିଙ୍ଗଫିସର ଏୟାରଲାଇନ୍ସରେ କାମ କରିବା ସହ ମହିଳାଙ୍କୁ ଠକିବାରେ ସେ ମାହିର ଥିଲେ । ରିମାଣ୍ଡ ବେଳେ ସବୁ କଳାକାରନାମା ରହସ୍ୟ ଖୋଲିଛି ପୋଲିସ। ଆଜି ମଜନୁ ସତ୍ୟଜିତର ରିମାଣ୍ଡ ଅବଧି ଶେଷ ହୋଇଛି। ଏବେ ସେ ଜେଲ ଯିବେ। ଆବଶ୍ୟକ ପଡିଲେ ପୋଲିସ ପୁଣି ତାଙ୍କୁ ରିମାଣ୍ଡରେ ଆଣିବ।

ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲ ଶନିବାର ବନ୍ଧାହୋଇଥିଲେ। ତାଙ୍କର ଆହୁରି ୪୯ ଜଣ ପ୍ରେମିକା ଥିଲେ। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଥିଲେ। ସତ୍ୟଜିତ୍ଙ୍କ ଘର ଯାଜପୁର ବିଞ୍ଝାରପୁରରେ । ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ମହିଳାଙ୍କୁ ଠକୁଥିଲେ। ଅନ୍ୟପକ୍ଷେ ମହିଳା ପୋଲିସଙ୍କ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରିଥିଲେ। ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଫସାଇଥିଲା। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲେ ବୋଲି କମିଶନର ସଞ୍ଜୀବ ପଣ୍ଡା କହିଥିଲେ। ସତ୍ୟଜିତ୍ଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ ଜବତ ହୋଇଛି। ୩ ବ୍ୟାଙ୍କ ଆକାଉଣ୍ଟ ସିଜ, ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ ହୋଇଥିବା କମିଶନର ପଣ୍ଡା କହିଥିଲେ।

 

Share