Categories: ଜାତୀୟ

ଚମୋଲିରେ ବଡ଼ ଦୁର୍ଘଟଣା: କରେଣ୍ଟ ଲାଗି ୧୦ ମୃତ

ଚମୋଲି,୧୯।୭: ଉତ୍ତରାଖଣ୍ଡର ଚମୋଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଚାମୋଲି ବଜାର ନିକଟରେ ନମାମି ଗଙ୍ଗେ ପ୍ରୋଜେକ୍ଟ ସାଇଟ୍‌ରେ ହଠାତ୍‌ ବିଦ୍ୟୁତ କରେଣ୍ଟ ଲାଗିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟବଢିବାର ଆଶଙ୍କା କରାଯାଉଛି।
ସୂଚନା ଅନୁଯାୟୀ, ଚମୋଲିରେ ନମାମି ଗଙ୍ଗେ ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି। ବୁଧବାର ଦୁର୍ଘଟଣା ସମୟରେ ୨୪ ଜଣ ଲୋକ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ। ବିଦ୍ୟୁତ କରେଣ୍ଟ୍‌ ଲାଗିଯିବାରୁ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଛି।

Share