Categories: ଜାତୀୟ

ଗୋଶାଳାରେ ଲାଗିଲା ନିଆଁ, ୩୮ ଗାଈ ଜୀବନ୍ତ ଦଗ୍ଧ

ଗାଜିଆବାଦ,୧୨ ।୪: ଉତ୍ତର ପ୍ରଦେଶ ଗାଜିଆବାଦ ଜିଲାରେ ଏକ ବଡ ଦୁର୍ଘଟଣା ଘଟିଛି । ଅଳିଆ ଗଦାରେ ଲାଗିଥିବା ନିଆଁ ଗୋଶାଳା ପର୍ଯ୍ୟନ୍ତ ବ୍ୟାପିଯିବାରୁ ଏହି ଦୁର୍ଘଟଣା ଘଟିଛି । ଗୋଶାଳାରେ ଥିବା ୩୮ ଗାଈଙ୍କର ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନ୍ଦିରାପୁର ଥାନା ଅଞ୍ଚଳର କନାବନୀ ଗାଁରେ ଥିବା ଗୋଶାଳାରେ ରବିବାର-ସୋମବାର ରାତି ପ୍ରାୟ ସାଢେ ଗୋଟାଏରେ ନିଆଁ ଲାଗିଥିବା ଖବର ମିଳିଥିଲା । ଶ୍ରୀକୃଷ୍ଣ ଗୋଶାଳାର ସଂଚାଳକ ସୁରଜ ପଣ୍ଡିତ କହିଛନ୍ତି ନିଆଁ ଲାଗିବା ସମୟରେ ଗୋଶାଳାରେ ପାଖାପାଖି ୧୫୦ ଗାଈ ଥିଲେ । ସେଥିମଧ୍ୟରୁ ୩୮ଟି ଗାଈଙ୍କର ମୃତ୍ୟୁ ହୋଇଛି । ନିକଟରେ ଥିବା ଅଳିଆ ଗଦାରେ ନିିାଁ ଲାଗି ଏହା ଗୋଶାଳାକୁ ବ୍ୟାପି ଯାଇଥିବା କୁହାଯାଇଛି ।

Share